୭୭ କଏଦୀ ଓ ୨୬ ଜେଲ କର୍ମଚାରୀ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

୭୭ କଏଦୀ ଓ ୨୬ ଜେଲ କର୍ମଚାରୀ କରୋନାରେ ଆକ୍ରାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଏବେ କାୟା ବିସ୍ତାର କରିବାରେ ଲାଗିଛି। ପ୍ରଥମେ ସାଧାରଣ ଲୋକ, ପରେ ସୁରକ୍ଷାକର୍ମୀ ଓ ଏବେ ଜେଲରେ ବନ୍ଦୀ ଥିବା କଏଦୀଙ୍କୁ ଆକ୍ରାନ୍ତ କରିଛି ଏହି ପ୍ରାଣଘାତୀ ଭାଇରସ। ମୁମ୍ବାଇର ଅର୍ଥର ରୋଡ ଜେଲରେ ବନ୍ଦୀ ଭାବେ ରହିଥିବା ୭୭ କଏଦୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଠାରେ କାର୍ଯ୍ୟରତ ୨୬ ଜଣ କର୍ମଚାରୀଙ୍କ ଶରୀରରେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏ ସମ୍ପର୍କରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି।

ମହାମାରୀ କରୋନା ମହାରାଷ୍ଟ୍ରରେ ବ୍ୟାପୀବା ପରେ ଅର୍ଥର ରୋଡ ଜେଲ ସହ ୮ଟି କାରାଗାରକୁ ସରକାର ଆଇସୋଲେସନ କରିଦେଇଥିଲେ। ଜେଲ ମଧ୍ୟକୁ କେହି ଯାଇ ପାରିବେ ନାହିଁ କିମ୍ବା ଜେଲ ମଧ୍ୟରୁ କେହି ଆସିପାରିବେ ନାହିଁ ବୋଲି ନିୟମ ରହିଥିଲା। ତଥାପି ଏହା ମଧ୍ୟକୁ କରୋନା କେମିତି ବ୍ୟାପିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଦେଶମୁଖ କହିଛନ୍ତି, ସମସ୍ତ ସତର୍କତା ସହ ୭୨ ଜଣ କଏଦୀ ଜେଲର ରୋଷେଆଙ୍କ ସଂସ୍ପର୍ଶରେ ଆସିଥିଲେ। ରୋଷେଆ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଜେଲ ମଧ୍ୟରେ ଏହା ସଂକ୍ରମଣ କରିଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ହୋଇଥିବା ୭୭ କଏଦୀ ଓ ୨୬ ପୁଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି।



from Odisha Reporter https://ift.tt/2Wv7M8c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages