କରୋନାରେ ବି ଆକ୍ରାନ୍ତ ଥିଲେ ୱାଜିଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

କରୋନାରେ ବି ଆକ୍ରାନ୍ତ ଥିଲେ ୱାଜିଦ୍

ମୁମ୍ବାଇ: ୨୦୨୦ରେ ବଲିଉଡ୍ ପାଇଁ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ଇରଫାନ୍ ଖାନ୍ ଓ ଋଷି କପୁରଙ୍କ ଭଳି କିମ୍ବଦନ୍ତୀ ଅଭିନେତାଙ୍କ ଯିବାର ମାସକ ପରେ ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ୱାଜିଦ୍ ଖାନଙ୍କର ମାତ୍ର ୪୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ସାୟା ଖେଳିଯାଇଛି। ସୁପରଷ୍ଟାର୍ ସଲମାନ୍ ଖାନଙ୍କର ଅତି ନିକଟତର କୁହାଯାଉଥିବା ୱାଜିଦ୍ କିଡନୀ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥିଲେ।

କିଛି ମାସ ତଳେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଇଥିଲା। ଏହା ସତ୍ତ୍ୱେ ତାଙ୍କ ସ୍ୱାସ୍ଥାବସ୍ଥା ଠିକ୍ ରହୁନଥିଲା। କିଛି ଦିନ ପୂର୍ବେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କିଛି ଗଣମାଧ୍ୟମରେ କୁହାଯାଇଛି। ରବିବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇପାରି ନଥିଲେ। କିଡନୀ ସମସ୍ୟା କାରଣରୁ ତାଙ୍କର ଇମ୍ୟୁନିଟି ଲେଭଲ୍ ବହୁତ କମ୍ ହୋଇଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି।

ୱାଜିଦଙ୍କ ପରଲୋକରେ ପୂରା ବଲିଉଡକୁ ଶକ୍ତ ଝଟକା ଲାଗିଛି। ବଲିଉଡ୍ ଶେହନଶା କୁହାଯାଉଥିବା ଅମିତାଭ ବଚ୍ଚନ ଟ୍ୱିଟ୍‌ କରି ୱାଜିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ୱାଜିଦଙ୍କ ପରଲୋକରେ ବହୁତ ମର୍ମାହତ। ଏଭଳି ଜଣେ ପ୍ରତିଭାଶାଳୀଙ୍କ ଦେହାନ୍ତ ବଲିଉଡ୍ ପାଇଁ ବଡ଼ କ୍ଷତି। ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ।


ପ୍ରଖ୍ୟାତ ମ୍ୟୁଜିକ୍ କମ୍ପୋଜର୍ ସଲିମ୍ ମର୍ଚ୍ଚାଣ୍ଟ କହିଛନ୍ତି, ସାଜିଦ୍- ୱାଜିଦଙ୍କ ଯୋଡ଼ିର ମୋର ପ୍ରିୟ ଭାଇ ୱାଜିଦଙ୍କର ଦେହାନ୍ତ ଖବର ଶୁଣି ମର୍ମାହତ। ଭଗବାନ ତାଙ୍କ ପରିବାରଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ୱାଜିଦ୍ ଭାଇ ଆପଣ ବହୁତ ଜଲଦି ଅଲବିଦା କହିଦେଲ। ଏହା ବଲିଉଡ୍ ପାଇଁ ବହୁତ ବଡ଼ କ୍ଷତି। ମୁଁ ଆଶ୍ଚର୍ଯ୍ୟ ଏବଂ ଭାଙ୍ଗିପଡ଼ିଛି।


ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଟ୍ୱିଟ୍ କରି କହିଛନ୍ତି, ବହୁତ ବଡ଼ ଦୁଃଖଦ ଖବର। ୱାଜିଦଙ୍କର ହସ ହସ ମୁହଁ ସବୁବେଳେ ମୋ ଆଖି ଆଗରେ ରହିବ। ସେ ସର୍ବଦା ହସୁଥିଲେ ଏବଂ ସମସ୍ତଙ୍କୁ ହସାଉଥିଲେ। ବହୁତ ଜଲଦି ଆମଠୁ ଅଲଗା ହେଇଗଲ। ତାଙ୍କ ପରିବାର ଓ ଶୋକବ୍ୟକ୍ତ କରୁଥିବା ଲୋକଙ୍କ ପ୍ରତି ମୋର ସମବେଦନା। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।


ଅନ୍ୟମାନଙ୍କ ମଧ୍ୟରେ ଖିଲାଡି କୁମାର ଅକ୍ଷୟ କୁମାର, ପ୍ରଯୋଜକ ନିଖିଲ ଆଡଭାନୀ, ଅଭିନେତ୍ରୀ ମାଲିନୀ ଅବସ୍ଥି, ନିର୍ଦ୍ଦେଶକ ମଧୁର ଭଣ୍ଡାରକର, ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍, ଅନିନେତା ବରୁନ୍ ଧୱନ୍, ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଗାୟକ ଅଦନାନ୍ ସାମି, ଅଭିନେତା ଅରୁଣ ଗୋଭିଲ୍, ଅଭିନେତା ରିତେଶ ଦେଶମୁଖ, ଅଭିନେତା ମନୋଜ ବାଜପାୟୀଙ୍କ ବ୍ୟତୀତ ଅନେକ ବଲିଉଡ୍ ହସ୍ତି ମଧ୍ୟ ୱାଜିଦଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2Mnjqxf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages