ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା। ପଶ୍ଚିମବଙ୍ଗରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶାରୁ ସମସ୍ତ ଅତ୍ୟାଧୁନିକ ସାମଗ୍ରୀ ସହ ରାଜ୍ୟର ୩୦୦ ପ୍ରଶିକ୍ଷିତ ଅଗ୍ନିଶମ କର୍ମଚାରୀ, ୧୦ଟି ଓଡ୍ରାଫ୍ ଟିମ୍ ସହ ୫୦୦ ଜଣ କର୍ମଚାରୀ ଗତ ରାତିରେ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ବାତ୍ୟା ପରେ ପଶ୍ଚିମବଙ୍ଗରେ ମରାମତି କାର୍ଯ୍ୟ ସହ ଜନଜୀବନ ସ୍ୱାଭାବିକ କରିବା ଲାଗି ଏନ୍ଡିଆରଏପ୍ ଯବାନ ମୁତୟନ ଥିବାବେଳେ ଓଡ଼ିଶା ସରକାର ବି ସହାୟତାର ହାତ ବଢ଼ାଇଛନ୍ତି।
ଗତକାଲି ରାତିରେ ଏହି ଟିମ୍ ବାଲେଶ୍ୱରରେ ପହଞ୍ଚିବା ପରେ ସେଠାରୁ ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି। ସେଠାରେ ଓଡ଼ିଶା ଅଗ୍ନିଶମ ବିଭାଗ ଆଇଜି ଅସିତ ପାଣିଗ୍ରାହୀ ଓ ବାଲେଶ୍ୱର ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପହଞ୍ଚି ପରିସ୍ଥିତିର ତଦାରଖ କରିଛନ୍ତି।
ଓଡ଼ିଶା ଅଗ୍ନିଶମ ବିଭାଗ ଆଇଜି ଅସିତ ପାଣିଗ୍ରାହୀ କହିଛନ୍ତି, ସମସ୍ତ ପ୍ରକାର ଯନ୍ତ୍ରପାତି ଓ କରୋନା ଲାଗି ସୁରକ୍ଷା ସରଞ୍ଜାମ ସହ ଏହି ଟିମ୍ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ସେଠାରେ ସେମାନେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ। ମୁଖ୍ୟତଃ ସେମାନେ ଗମନାଗମନକୁ ସ୍ୱାଭାବିକ କରିବା ନିମନ୍ତେ କାର୍ଯ୍ୟ କରିବା ସହ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବେ।
from Odisha Reporter https://ift.tt/2WX6iFh
No comments:
Post a Comment