ଠେଙ୍ଗାରେ ପିଟିଲେ ବିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ଠେଙ୍ଗାରେ ପିଟିଲେ ବିଡିଓ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବାଲିଆପାଳ ଓ ଛେଣ୍ଡିପଦା ବିଡିଓଙ୍କ ପରେ ଆଉ ଜଣେ ବିଡିଓଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି। ଏହି ସଦ୍ୟ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବିଡିଓ ପ୍ରମୋଦ ଦଳବେହେରାଙ୍କ ବିରୋଧରେ।

ସୂଚନା ଅନୁଯାୟୀ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଭଡ଼ା ସୂତ୍ରରେ ନୂଆଗାଁ ବ୍ଲକ୍‌ ଅଫିସ୍‌ରେ ଲଗାଇଥିଲେ। କିନ୍ତୁ ଦେଢ଼ ବର୍ଷ ହେଲାଣି ବ୍ଲକ୍‌ ପକ୍ଷରୁ ତାଙ୍କୁ ଭଡ଼ା ଟଙ୍କା ଦିଆଯାଇନାହିଁ। ଏନେଇ ସେ ବିଡିଓ ପ୍ରମୋଦ ଦଳବେହେରାଙ୍କୁ ଗୁହାରି କରିବାକୁ ଯାଇଥିଲେ। ହେଲେ ବିଡିଓ ତାଙ୍କ ସମସ୍ୟାର ସମାଧାନ କରିବା ବଦଳରେ ତାଙ୍କୁ ଠେଙ୍ଗାରେ ପିଟିଥିଲେ ବୋଲି ଅଭିଯୋଗ ହୋଇଛି। ତା’ସହିତ ବିଡିଓ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି।

ଜିତେନ୍ଦ୍ର ଏହି ଘଟଣା ନେଇ ବିଡିଓଙ୍କ ନାଁରେ ନୂଆଗାଁ ଥାନାରେ ଏତଲା ଦେଇଛନ୍ତି ଓ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି ବିଡିଓ ଶ୍ରୀ ଦଳବେହେରା। ହଠାତ୍ ଉତ୍ତ୍ୟକ୍ତ ହୋଇ ମାଡ଼ ମାରିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବାଲିଆପାଳ ବିଡିଓ ଛବିରାଣୀ ସାହୁ ଖଟିଖିଆ ଶ୍ରମିକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସେ ଏହି ଘଟଣା ନେଇ ଭୁଲ୍ ମାଗିଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଡିଓ ସୁନୀଲ କେର୍କେଟା ମଧ୍ୟ କେତେକ ପ୍ରବାସୀ ମହିଳାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/2LtjPhn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages