ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା; କଳା ତାଲିକାଭୁକ୍ତ ହେଲା ଠିକା ସଂସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା; କଳା ତାଲିକାଭୁକ୍ତ ହେଲା ଠିକା ସଂସ୍ଥା

ବଲାଙ୍ଗିର( ଓଡ଼ିଶା ରିପୋର୍ଟର):  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଠିକା ସଂସ୍ଥା ରାମ କୁମାର ଅଗ୍ରୱାଲ ଇଞ୍ଜିନିଅର୍ସ ପ୍ରାଇଭେଟ୍ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଛି। ଠିକା କମ୍ପାନୀର ମାଲିକ ସଞ୍ଜୟ ଅଗ୍ରୱାଲ  ଫେରାର ଥିବା ଜଣାଯାଇଛି।

ଏପ୍ରିଲ୍‌ ୨୯ ତାରିଖରେ ଏହି ପୋଲ ଭୁଶୁଡ଼ିବା ଯୋଗୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ନିମ୍ନମାନର କାମ ଯୋଗୁଁ ପୋଲ ଭାଙ୍ଗି ଯାଇଥିବା ଅଭିଯୋଗ ହେବା ପରେ ପୁଲିସ୍‌ ଓ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାର  ପୂର୍ବରୁ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏବେ ସମ୍ପୃକ୍ତ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। ପାଟଣାଗଡ଼ ପୁଲିସ୍‌ ଠିକା କମ୍ପାନୀର ଜଣେ କର୍ମଚାରୀଙ୍କୁ ପୂର୍ବରୁ ଗିରଫ କରି  କୋର୍ଟଚାଲାଣ କରିଥିବା ବେଳେ ସେ ଏବେ ଜାମିନ୍‌ରେ ଅଛନ୍ତି ।

ସୂଚନାଯୋଗ୍ୟ, ପାଟଣାଗଡ଼ ବ୍ଲକର ତମିଆଁରୁ ମୁଦଲସରକୁ ସଂଯୋଗ କରୁଥିବା ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ୨୦୧୪ ମସିହା ଜାନୁଆରୀ ମାସରେ ହୋଇଥିଲା। ମାତ୍ର ୧ ବର୍ଷ ୪ ମାସ ମଧ୍ୟରେ ଏହି ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏଥିନିମନ୍ତେ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।  ଧାର୍ଯ୍ୟ ସମୟ ପୂର୍ବରୁ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ଏବଂ ଏହାର ଗୁଣବତ୍ତା ଯୋଗୁ ଠିକା ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା। ହେଲେ ଏହାର ଗୋଟିଏ ପିଲର ଦବି ଯାଇଥିଲା।

ଗତ ୨୯ ତାରିଖରେ ମରାମତି କାମ ଚାଲିଥିବା‌ ବ୍ରିଜଟି ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡି.ଆଇ.ଜି ହିମାଂଶୁ ଲାଲ, ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟ  ଯନ୍ତ୍ରୀ ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ । ଉକ୍ତ ସମୟରେ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପାଟଣାଗଡ ପୁଲିସ୍‌।



from Odisha Reporter https://ift.tt/3cL6Wvj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages