ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ୍ କଲେ ଚୀନ୍ ରାଷ୍ଚ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ୍ କଲେ ଚୀନ୍ ରାଷ୍ଚ୍ରପତି

ବେଜିଂ: କରୋନା ତଦନ୍ତ ସହିତ ହଂକଂ ଓ ତାଇଓ୍ୱାନ ପ୍ରସଙ୍ଗରେ ବେଜିଂ ସରକାର ଏବେ ଅନେକ ଦେଶର ଟାର୍ଗେଟରେ ରହିଛନ୍ତି। ତେଣେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚୀନ୍ ବିରୋଧରେ ଋଣ ହୁଙ୍କାର ଦେଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରାଥମିକ ଭାବରେ ଚୀନର ୩୩ଟି କମ୍ପାନୀକୁ ଆମେରିକା କଳାତାଲିକାଭୁକ୍ତ କରିସାରିଛି।

ଏହାକୁ ନଜରରେ ରଖି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ନିଜ ଦେଶର ସେନା ସହିତ ଆଲୋଚନା କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ କରିଛନ୍ତି। ଏଥିସହ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିବାକୁ ଚୀନ୍ ରାଷ୍ଟ୍ରପତି ସେନା ମାନଙ୍କୁ କହିଥିବା ସୂଚନା ରହିଛି। ଯୁଦ୍ଧ ବେଳେ ସବୁଠୁ ଖରାପ ସ୍ଥିତିକୁ ଆକଳନ କରି କେମିତି ଆଗକୁ ବଢ଼ିବାକୁ ହେବ ଚିନ୍ତା କରିବାକୁ ଜିନ୍ ପିଙ୍ଗ୍ କହିଛନ୍ତି।

ଚୀନର ସଂସଦ ନେଶନାଲ ପିପୁଲସ କଂଗ୍ରେସ (ଏନପିସି)ର ବାର୍ଷିକ ବୈଠକ ଅବସରରେ ସେଣ୍ଟ୍ରାଲ୍ ମିଲିଟାରୀ କମିଶନ (ସିଏମସି) ସହିତ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଏହି ବୈଠକ କରିଥିଲେ। ପିପୁଲସ ଆର୍ମଡ ପୁଲିସ ଫୋର୍ସ (ପିଏପିଏଫ)ର ପ୍ରତିନିଧିମଣ୍ଡଳ ଏବଂ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ)ର ପ୍ରତିନିଧି ମଣ୍ଡଳ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ବୈଠକରେ ଚୀନ ରାଷ୍ଟ୍ରପତି ଉଦବୋଧନ ଦେବା ବେଳେ ଆମେରିକା, ତାଇଓ୍ୱାନ ସହିତ ବଢ଼ୁଥିବା ତିକ୍ତତା ବାବଦରେ ମଧ୍ୟ କହିଥିବା ସୂଚନା ରହିଛି। ଏହାସହିତ ତାଇଓ୍ୱାନର କୂଟନୀତିଜ୍ଞ ଏବଂ ସରକାର ସହିତ ଆଲୋଚନା କରିବାକୁ ତାଙ୍କ ଦେଶର କୂଟନୀତିଜ୍ଞଙ୍କୁ କହିଥିବା ସୂଚନା ରହିଛି। ଆବଶ୍ୟକ ପଡ଼ିଲେ ତାଇଓ୍ୱାନ ବିରୋଧରେ ବଳ ପ୍ରୟୋଗ କରାଯିବ ବୋଲି ସେ କହିଥିବା ସୂଚନା ରହିଛି। ସେହିପରି ହଂକଂକୁ ନେଇ ଜୀନ୍ ପିଙ୍ଗ କହିଛନ୍ତି, ଗଣତନ୍ତ ପାଇଁ ଦାବି କରୁଥିବା ଆନ୍ଦୋଳନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ଆହ୍ୱାନ କରିଛନ୍ତି।



from Odisha Reporter https://ift.tt/3d72Cqj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages