ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ସ୍ନାନଯାତ୍ରା ନୀତିରେ ସାମିଲ ହେବାକୁ ଥିବା ସେବାୟତଙ୍କର ଆଜିଠାରୁ ହେବ କରୋନା ଟେଷ୍ଟ। ପ୍ରଥମେ ଦଇତାପତି ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ଆଜି ଓ ଆସନ୍ତାକାଲି ଦଇତାପତି ସେବାୟତଙ୍କ କରୋନା ଟେଷ୍ଟ ହେବ। ଏହାପରେ ୨୯ ଓ ୩୦ ତାରିଖରେ ଗରାବଡ଼ୁ ନିଯୋଗ ସେବାୟତଙ୍କର ଟେଷ୍ଟ କରାଯିବ। ଦିନକୁ ପ୍ରାୟ ୭୫ ଜଣ ସେବାୟତଙ୍କ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।
କରୋନା ଗାଇଡଲାଇନ୍ ଅନୁୟାୟୀ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରାରେ ସୀମିତ ସଂଖ୍ୟକ ସେବାୟତ ଭାଗନେବେ। ଦଇତାପତି ନିଯୋଗ ପକ୍ଷରୁ ୧୫୦ ଜଣ ସେବାୟତ ଯୋଗଦେବା ନେଇ ପୂର୍ବରୁ ସ୍ପଷ୍ଟ କରାଯାଇଥିବା ବେଳେ ଗତକାଲି ଖୁଣ୍ଟିଆ ନିଯୋଗ ପକ୍ଷରୁ ୧୦ ଜଣ ସେବକଙ୍କ ନାଁ ପ୍ରଶାସନକୁ ଦିଆଯାଇଛି।
from Odisha Reporter https://ift.tt/3gkKBa1
No comments:
Post a Comment