ସବୁ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୭୯୬୪ ଆକ୍ରାନ୍ତ ଓ ୨୬୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ସବୁ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୭୯୬୪ ଆକ୍ରାନ୍ତ ଓ ୨୬୫ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶର କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଶନିବାର ସବୁ ପୁରୁଣା ରେକର୍ଡ ଭାଙ୍ଗିଛି ମହାମାରୀ କରୋନା। ଦିନକରେ ପ୍ରାୟ ୮ ହଜାର କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରଥମଥର ପାଇଁ ମୃତ୍ୟୁସଂଖ୍ୟା ୨ ଶହ ପାର କରିଛି। ଦେଶରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ମୃତ୍ୟୁ କିମ୍ବା ଆକ୍ରାନ୍ତ ସାମ୍ନାକୁ ଆସି ନଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରେକର୍ଡ ୭୯୬୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୩,୭୬୩ରେ ପହଞ୍ଚିଛି। ସେହିପରି ୨୬୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଫଳରେ ଦେଶରେ ମୃତକଙ୍କ ସଂଖ୍ୟା ୪୯୭୧କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ରରେ ସର୍ବାଧିକ ଗୋଟିଏ ଦିନରେ ୧୧୬ ଜଣ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୨,୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବିଭିନ୍ନ ହସ୍ପିଟାଲରେ ୮୬,୪୨୨ ଜଣ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରର ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ଏଠାରେ ଗତକାଲି ୨୬ଶହରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୨୮ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୨ ହଜାର ପାର କରିଛି। କରୋନା ରାଜ୍ୟରେ ୨୦୯୮ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୨୬,୯୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର କରିଛି। ରାଜ୍ୟରେ ଏଯାଏ ୨୦,୨୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୧,୩୧୩ ଜଣ ସୁସ୍ଥ ହୋଇଛନ୍ତି। କରୋନା ୧୫୪ ଜଣଙ୍କ ମୁଣ୍ଡ ନେଇଛି। ଏବେ ୮,୭୭୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପ୍ରବାଭିତ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ୩ ନମ୍ବରରେ ରହିଛି। ଏଠାରେ ୧୭,୩୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭,୮୪୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୯୮ ଜଣଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ୯୮୦ ଜଣ ପ୍ରାଣ ହରାଇଥିବା ବେଳେ ୧୫,୯୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୬୦, ଆସାମରେ ୪, ବିହାରରେ ୧୫, ଚଣ୍ଡିଗଡ଼ରେ ୪, ଛତିଶଗଡ଼ରେ ୧, ହରିଆଣାରେ ୧୯, ହିମାଚଳ ପ୍ରଦେଶରେ ୫, ଜମ୍ମୁ-କଶ୍ମୀରରେ ୨୮, ଝାରଖଣ୍ଡରେ ୫, କର୍ଣ୍ଣାଟକାରେ ୪୮, କେରଳରେ ୮, ମଧ୍ୟପ୍ରଦେଶରେ ୩୩୪, ମେଘାଳୟରେ ୧, ଓଡ଼ିଶାରେ ୭, ପଞ୍ଜାବରେ ୪୨, ରାଜସ୍ଥାନରେ ୧୮୪, ତେଲେଙ୍ଗାନାରେ ୭୧, ଉତ୍ତରାଖଣ୍ଡରେ ୫, ଉତ୍ତର ପ୍ରଦେଶରେ ୧୯୮ ଓ ପଶ୍ଚିମବଙ୍ଗରେ ୩୦୨ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3esqd4M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages