ଆମ୍ବ ପାଇଁ ଯାଇଥିଲେ, ଦନ୍ତା ହାବୁଡ଼ରେ ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ଆମ୍ବ ପାଇଁ ଯାଇଥିଲେ, ଦନ୍ତା ହାବୁଡ଼ରେ ପଡ଼ିଗଲେ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ପାଟକନା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହାନ୍ତିପଡା ଅଞ୍ଚଳର ପାଗୁଳୁ ଵେହେରା। ତାଙ୍କୁ ୬୦ ବର୍ଷ ହୋଇଥିଲା।

ଆଜି ସକାଳେ ପାଗୁଳୁ ଆମ୍ବ ତୋଳିବା ପାଇଁ ପାଟକନା ଗାଁରୁ ମହାନ୍ତିପଡା ଗାଁକୁ ଯାଇଥିଲେ। ଏହି ସମୟରେ ସେ ଏକ  ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ ବାଉଁଶ ବଣକୁ ଫୋପାଡି ଦେଇଥିଲା। ଆଠଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗତକିଛି ଦିନ ହେବ ଦୁଇଟି ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ସାଳନ୍ଦୀ ନଈ ପାର କରି ଆଗରପଡ଼ା ଅଞ୍ଚଳକୁ ପଶି ଆସିଛନ୍ତି। ରାତିରେ ହାତୀମାନେ ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି।



from Odisha Reporter https://ift.tt/3gAwxsR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages