ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ୫୭ ହଜାର ପାର, ଆମେରିକାରେ ଲକ୍ଷେ ୨ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ୫୭ ହଜାର ପାର, ଆମେରିକାରେ ଲକ୍ଷେ ୨ ହଜାର

ୱାଶିଂଟନ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ପ୍ରଥମେ ଚାଇନା ପରେ ୟୁରୋପୀୟ ଦେଶ ଗୁଡ଼ିକରେ ଆତଙ୍କ ଖେଳାଇଥିବା ଏହି ପ୍ରାଣଘାତୀ ଭାଇରସ ଆମେରିକାକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ବ୍ରାଜିଲ ଓ ରୁଷ ସ୍ଥିତି ମଧ୍ୟ ଦୟନୀୟ। ଭାରତରେ ବି କରୋନା ସଂକ୍ରମଣ ଗୋଟିଏ ସପ୍ତାହ ହେଲାଣି ଖୁବ ଦ୍ରୁତଗତିରେ ବଢ଼ୁଛି।

ବର୍ତ୍ତମାନ ସୁଦ୍ଧା ୨୧୩ଟି ଦେଶରେ ନିଜର କାୟା ବିସ୍ତାର କରିଥିବା କରୋନା ଭାଇରସ ୩,୫୭,୪୨୬ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଏଥିରେ ୫୭,୮୮,୯୨୮ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ୨୪,୯୭,୫୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆମେରିକାରେ କରୋନା ସ୍ଥିତି ସବୁଠାରୁ ଜଟିଳ ରହିଛି। ଏଠାରେ ମୃତ୍ୟୁସଂଖ୍ୟା ଲକ୍ଷେ ଡେଇଁ ଯାଇଛି। ଏବେ ସୁଦ୍ଧା ୱାର୍ଲ୍ଡ ମିଟରର ତଥ୍ୟ ଅନୁଯାୟୀ, ଆମେରିକାରେ କରୋନା ୧,୦୨,୧୦୭ ଜଣଙ୍କ ମୁଣ୍ଡ ନେଇଛି। ସେହିପରି ଏହି ଭାଇରସରେ ୧୭,୪୫,୮୦୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୪,୯୦,୧୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଜନ ହୋପକିନ୍‌ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଆଜି ହିଁ ଆମେରିକାର କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ପାର କରିଛି। ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଆମେରିକାରେ ୧,୦୦,୦୪୭ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୧୬,୯୯,୧୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ବି ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪,୬୬୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୨୫,୬୯୭ ରହିଛି। ରୁଷରେ ୩,୭୦,୬୮୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩,୯୬୮ ଜଣ ପ୍ରାଣ ହରାଇଛନ୍ତି।

ସ୍ପେନରେ ୨୭,୧୧୮, ବ୍ରିଟେନରେ ୩୭,୪୬୦, ଇଟାଲୀରେ ୩୩,୦୭୨, ଫ୍ରାନ୍ସରେ ୨୮,୫୯୬, ଜର୍ମାନୀରେ ୮,୫୩୩, ତୁର୍କୀରେ ୪,୪୩୧, ଭାରତରେ ୪,୫୩୪ ଜଣ ପ୍ରାଣ ହରାଇଥିବା କରୋନା ୱାର୍ଲ୍ଡ ମିଟିର ତଥ୍ୟ ପ୍ରକାଶ କରିଛି।



from Odisha Reporter https://ift.tt/3dakLn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages