ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ୧୪ ହଜାର ବସ୍ରୁ ପ୍ରଥମ ଦଫାରେ ୫୦ ପ୍ରତିଶତ ବସ୍ ଚାଲିବା ନେଇ ସୂଚନା ଦେଇଛନ୍ତି ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ।
ତେବେ ବସ୍ ଚଢିବା ପୂର୍ବରୁ ଯାତ୍ରୀ ଓ କର୍ମଚାରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବସ୍ର ମାଲିକ ଗାଡ଼ିକୁ ସାନିଟାଇଜ୍ କରିବେ। ଯାତ୍ରୀଙ୍କ ଶରୀର ତାପମାତ୍ରା ମାପିବା ପାଇଁ ଥର୍ମାଲ ସ୍କାନର ଯୋଗାଇକୁ ସରକାରଙ୍କୁ କହିଛି ସଂଘ। ଏହା ପୂର୍ବରୁ ପରିବହନ ମନ୍ତ୍ରୀ ଓ ବସ୍ ମାଲିକ ସଂଘ ମଧ୍ୟରେ ହୋଇଥିବା ବୈଠକରେ ରୋଡ୍ ଟ୍ୟାକ୍ସ ଛାଡ଼ ଭଳି କିଛି ଦାବିକୁ ମାନି ନେଇଥିଲେ ରାଜ୍ୟ ସରକାର। ତେବେ ବସ୍ ଭଡ଼ା ପୂର୍ବରୁ ଯାହା ଥିଲା ତାହା ଅପରିବର୍ତ୍ତିତ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।
from Odisha Reporter https://ift.tt/2ZQ3UBY
No comments:
Post a Comment