୨୪ ଘଣ୍ଟାରେ ୬୯୭୭ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

୨୪ ଘଣ୍ଟାରେ ୬୯୭୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୭୭ ଛୁଇଁଛି। ରବିବାର ଗୋଟିଏ ଦିନରେ ୬,୭୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିଥିଲା ସ୍ୱାସ୍ଥ୍ୟ ବିଭାଗ। ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮,୮୪୫ ହୋଇଛି। ଏବେ ୭୭,୧୦୩ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ୫୭୭୨୦ ଜଣ ଆରୋଗ୍ୟ ହୋଇଥିବାବେଳେ ୪୦୨୧ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଆମେରିକାର ଜନ୍ ହାଫିକନ୍ସ ବିଶ୍ୱବିଦ୍ୟାଳୟର ଡାସବୋର୍ଡ ଅନୁଯାୟୀ ଆମେରିକାରେ ୧,୬୪୧,୫୮୫, ବ୍ରାଜିଲରେ ୩୬୩,୨୧୧, ରୁଷିଆରେ ୩୪୪,୪୮୧, ବ୍ରିଟେନରେ ୨୬୦,୯୧୬, ସ୍ପେନରେ ୨୩୫,୭୭୨, ଇଟାଲୀରେ ୨୨୯,୮୫୮, ଫ୍ରାନ୍ସରେ ୧୮୨,୭୦୯, ଜର୍ମାନୀରେ ୧୮୦,୩୨୮, ତୁର୍କୀରେ ୧୫୬,୮୨୭ ସଂକ୍ରମିତ ହୋଇଥିବାବେଳେ ଭାରତରେ ୧୩୮,୫୩୬ ଜଣ ସଂକ୍ରମିତ ହୋଇଛନ୍ତି। ଭାରତ ଏବେ କରୋନା କ୍ଷତିଗ୍ରସ୍ତ ଦେଶ ତାଲିକାର ୧୦ ନମ୍ୱରରେ ରହିଛି। ରବିବାର ଯାଏ ଭାରତ ୧୧ ନମ୍ୱର ସ୍ଥାନରେ ଥିଲା।



from Odisha Reporter https://ift.tt/2XlBrkQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages