କୁଲଗାମରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

କୁଲଗାମରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୋମବାର ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାର ମଞ୍ଜନାମ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଏବଂ ପୁଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ଦୁଇ ଆତଙ୍କବାଦୀ ନିପାତ ହେବା ପରେ ସର୍ଚ୍ଚ ଅପରେସନ ଆହୁରି ଜୋରଦାର କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କିଛି ସପ୍ତାହ  ହେବ କଶ୍ମୀରରେ ଆତଙ୍କବାଦୀଙ୍କ ଗିତିବିଧି ବଢ଼ିଛି। ସୁରକ୍ଷାକର୍ମୀ ଏବଂ ପୁଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ କରି ଆତଙ୍କବାଦୀ କ୍ୟାମ୍ପକୁ ନଷ୍ଟ କରିବାରେ ଲାଗିଛନ୍ତି।

ରବିବାର ଜମ୍ମୁ କଶ୍ମୀରର ବୁଡ଼ଗାମ ଜିଲ୍ଲାରେ ପାକ୍ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଚାରି ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରିଥିଲା ପୁଲିସ୍। ଗିରଫ ଚାରି ଜଣଙ୍କ ମଧ୍ୟରେ ଲଶ୍କରକୁ ସହଯୋଗ କରୁଥିବା ଓ୍ୱାସିମ ଗନି ଏବଂ ତିନି ସହଯୋଗୀ ରହିଛନ୍ତି। ଏହି ତିନି ସହଯୋଗୀ ହେଲେ ଫାରୁକ ଅହମଦ ଡର, ମହମ୍ମଦ ୟାସିନ୍ ଏବଂ ଆଜହାରୁଦ୍ଦିନ୍ ମୀର। ଏହି ସମସ୍ତ ବଡଗାମ ଜିଲ୍ଲାର ବୀରଓ୍ୱାହ ବାସିନ୍ଦା ବୋଲି ପୁଲିସ କହିଛି।

ପୁଲିସ ଏମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଛି। ପୁଲିସ ସନ୍ଦିଗ୍ଧଙ୍କ ବିରୋଧରେ ୟୁଏପିଏ ଏବଂ ଆର୍ମସ ଆକ୍ଟ ସମ୍ୱନ୍ଧିତ ଆଇନ୍ ଲାଗୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।



from Odisha Reporter https://ift.tt/3gjx9Dg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages