ପଶ୍ଚିମବଙ୍ଗ ମୁହାଁ ବାତ୍ୟା ଅମ୍ଫାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ପଶ୍ଚିମବଙ୍ଗ ମୁହାଁ ବାତ୍ୟା ଅମ୍ଫାନ୍

କୋଲକାତା: ସଂଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନରେ ବାତ୍ୟା ଅମ୍ଫାନ୍ ଲ୍ୟାଣ୍ଡଫଲ୍ କରିବ ବୋଲି ଜଣାପଡ଼ିଛି। ଏହା ପୂର୍ବୁର ପଶ୍ଚିମବଙ୍ଗରେ ସକାଳ ପାଖରୁ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଛି। ପବନର ବେଗ ମଧ୍ୟ କ୍ରମଶଃ ବଢ଼ି ଚାଲିଥିବା ଜଣାପଡ଼ିଛି। ତେବେ ବାତ୍ୟା ଅମ୍ଫାନ୍ ପାରାଦ୍ୱୀପରୁ ପଶ୍ଚିମବଙ୍ଗ ଯାଉଥିବାବେଳେ ମଝିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ରହିଛି। ତେଣୁ ଏହି ଏହି ତିନି ଜିଲ୍ଲାରେ ଏବେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ। ଏମିତିକି ସକାଳେ ଯେଉଁ ବେଗରେ ପବନ ବହୁଥିଲା ତାଠାରୁ ଅଧିକ ରହିବ ବୋଲି ଜଣାପଡ଼ିଛି।

ପାଣିପାଗ ବିଭାଗର ଆକଳନ

  • ଆଉ କିଛି ସମୟ ପରେ ବାତ୍ୟା ଅମ୍ଫାନ୍ ପଶ୍ଚିମବଙ୍ଗର ଦୀଘା ଏବଂ ହଟିଆ ଉପକୂଳ ଅତିକ୍ରମ କରି ସୁନ୍ଦରବନରେ ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ।
  • କରୋନା ବିପତ୍ତି ରହିଥିବାରୁ ଉଦ୍ଧାରକାରୀ ଟିମ୍ ଏସଡିଆରଏଫ ଏବଂ ଏନଡିଆରଏଫ ଟିମକୁ ମାସ୍କ ସହିତ ସାନିଟାଇଜର ଯୋଗାଇ ଦିଆଯାଇଛି।
  • ଭାରତୀୟ ପାଣିପାଗ ବିଭାଗର ବାତ୍ୟା ଓ୍ୱାର୍ଣ୍ଣିଂ ମୁଖ୍ୟ ଆର.କେ ଜେନାମଣି କୋଲକାତାକୁ ୟଲୋ ଓ୍ୱାର୍ଣ୍ଣିଂ ଜାରି କରିଛନ୍ତି।
  • ଅମ୍ଫାନ୍ ପାଇଁ ପଶ୍ଚିମବଙ୍ଗର କୋଲକାତା, ହୁଗୁଳୀ, ହାଓ୍ୱଡା, ଦକ୍ଷିଣ ଏବଂ ଉତ୍ତର ୨୪ ପାରଗନ ଏବଂ ପୂର୍ବ ମେଦିନାପୋର ଜିଲ୍ଲା ପ୍ରଭାବିତ ହେବ।
  • ଅମ୍ଫାନ୍ ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି। ଅକ୍ସିଜେନ୍, ପିପିଇ କିଟ୍ ପାଖରୁ ଆରମ୍ଭ ଆବଶ୍ୟକ ପରିମାଣରେ ରଖାଯାଇଛି। ଏଥିସହ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
  • ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲାର ୬୭% ଲୋକଙ୍କୁ ଉଦ୍ଧାର କରାଯାଇଛି।
  • ରିଲିଫ୍ କାର୍ଯ୍ୟରେ ସହଯୋଗ କରିବା ପାଇଁ ଭାରତୀୟ ନୌସେନାକୁ ନିର୍ଦ୍ଦେଶ ଦିଆଯାଇଛି।
  • ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ୧୫୫-୧୬୫ ଏବଂ ସର୍ବାଧିକ ୧୮୦ କିଲୋମିଟର ହୋଇପାରେ।
  • ଲୋକଙ୍କ ଉଦ୍ଧାର ପାଇଁ ରାଜ୍ୟରେ ୩ ଲକ୍ଷ ପୁଲିସ ବିଭିନ୍ନ ସ୍ଥାନରେ ମୁତୟନ ରଖାଯାଇଛି।


from Odisha Reporter https://ift.tt/2ADnRl0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages