ନୂଆଦିଲ୍ଲୀ: ଲକଡାଉନର ଚତୁର୍ଥ ପର୍ଯ୍ୟାୟ ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଚା ମଧ୍ୟରେ ୫,୬୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି। ଏଯାବତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ୫,୬୧୧ ଆକ୍ରାନ୍ତ ଚିହ୍ନଟ ହେବା ସର୍ବାଧିକ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୭୫୦ ଛୁଇଁଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ଏବେ ମୋଟ୍ ୬୧,୧୪୯ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବାବେଳେ ୩,୦୦୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୪୨,୨୯୮ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଥିବା ସୂଚନା ରହିଛି।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ମୃତ୍ୟୁହାର ଓ ଆରୋଗ୍ୟ ହାର କମ୍ ରହିଛି। ସେହିପରି ଦେଶରେ କରୋନା ଆରୋଗ୍ୟ ହାର ୩୮%କୁ ବୃଦ୍ଧି ପାଇଛି। ଅନ୍ୟ ଦେଶ ତୁଳନାରେ ଆମ ଦେଶର ଆରୋଗ୍ୟ ହାର ଓ ମୃତ୍ୟୁ ସଂଖ୍ୟା ବହୁତ କମ୍ ରହିଛି। ଆମେରିକାର ୨୦ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେହି ତୁଳନାରେ ଭାରତରେ ୨୭୫ ଜଣ ଆକ୍ରାନ୍ତ ହୋଇଛନ୍ତି, ସ୍ପେନରେ ୫୯୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଫ୍ରାନ୍ସର ମୃତ୍ୟୁ ହାର ୧୬ ପ୍ରତିଶତ ରହିଥିବାବେଳେ ଭାରତରେ ଏହା ହାର ୩ ପ୍ରତିଶତ ରହିଛି। ସେହପରି ଆରୋଗ୍ୟ ହାର ନିରନ୍ତର ଭାବରେ ବଢ଼ୁଛି।
from Odisha Reporter https://ift.tt/2zdZyd9
No comments:
Post a Comment