ଟୁଇଟ୍ କରି ଭଦ୍ରକର ମହିଳା ଚାଷୀଙ୍କୁ ପ୍ରଶଂସା କଲେ ଭିଭିଏସ ଲକ୍ଷ୍ମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ଟୁଇଟ୍ କରି ଭଦ୍ରକର ମହିଳା ଚାଷୀଙ୍କୁ ପ୍ରଶଂସା କଲେ ଭିଭିଏସ ଲକ୍ଷ୍ମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ ଟିମର ପୂର୍ବତନ ସଦସ୍ୟ ଭିଭିଏସ ଲକ୍ଷ୍ମଣ ଟୁଇଟ୍ କରି ଭଦ୍ରକର ଜିଲ୍ଲାର ଜଣେ ମହିଳା ଚାଷୀଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ନାମ ଛାୟାରାଣୀ ସାହୁ। ତାଙ୍କ ଘର ବାସୁଦେବପୁର ବ୍ଲକର କୁରୁଦା ଗାଁର। କରୋନା ଭଳି ସଂକଟ ଯୋଗୁଁ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଛାୟାରାଣୀ ଗାଁ ଗାଁ ବୁଲି ମାଗଣାରେ ଲୋକଙ୍କୁ ପରିବା ବାଣ୍ଟୁଛନ୍ତି। ସେ କେବଳ ଗରିବ ନୁହେଁ, ସମସ୍ତଙ୍କୁ ମାଗଣାରେ ପରିବା ଦେଉଛନ୍ତି।

ଛାୟାରାଣୀ ନିଜ ଗାଁ ସହିତ ଆଖ ପାଖ ପନ୍ଦରଟି ଗାଁର ଲୋକଙ୍କୁ ପରିବା ବାଣ୍ଟୁଛନ୍ତି। ସେ ବ୍ରାହ୍ମଣୀ ପଞ୍ଚାୟତର ୪ଟି ଗାଁ, ବିନାୟକପୁର ୫-୬ଟି ଗାଁ, ବାସୁଦେବପୁରର ୨-୩ଟି ଓ୍ୱାର୍ଡ ଓ ଇରମର ଗୋଟିଏ ଗାଁରେ ଦେଉଛନ୍ତି ପରିବା। ଆଉ ତାଙ୍କର ଏହି ନିଃସ୍ୱାର୍ଥପରତା ଭିଭିଏସ ଲକ୍ଷ୍ମଣଙ୍କୁ ଖୁବ୍ ପସନ୍ଦ ଆସିଛି। ତେଣୁ ସେ ଟୁଇଟ୍ କରି ଲେଖିଛନ୍ତି, ଯେତେବେଳେ ଲୋକେ ବହୁତ କଷ୍ଟରେ ଅଛନ୍ତି, ସେତେବେଳେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ମାନବିକତା ଓ ନିଃସ୍ୱାର୍ଥପରତା ଦେଖାଇଛନ୍ତି। ଛାୟାରାଣା ସାହୁ ନିଜ ଉତ୍ପାଦିତ ପରିବାକୁ ସ୍ୱତଃପ୍ରବୃତ୍ତ ଭାବରେ ଆଖପାଖର ପନ୍ଦରଟି ଗାଁର ଲୋକଙ୍କୁ ବାଣ୍ଟିଛନ୍ତି।

ଆଜି ସକାଳେ ଲକ୍ଷ୍ମଣ ଏହି ଟୁଇଟ୍ କରିବା ପରେ ଅନେକ ଲୋକ ଛାୟାରାଣୀଙ୍କୁ ପ୍ରଶଂସା କରୁଛନ୍ତି। ଏ ନେଇ ଛାୟାରାଣୀଙ୍କ ପୁଅ ମାନସ ସାହୁ କହିଛନ୍ତି, ଆମ ପରିବାର ୭-୮ ଏକର ଜମିରେ ବିଭିନ୍ନ ପ୍ରକାରର ପରିବା ଚାଷ କରେ। ଭେଣ୍ଡି, ବାଇଗଣ, ବିଲାତି, ଅଦା, କଞ୍ଚା ଲଙ୍କା, କଖାରୁ ଓ ବିଭିନ୍ନ ପ୍ରକାରର ଶାଗ ସହିତ ଅନ୍ୟାନ୍ୟ ପନିପରିବା ଚାଷ କରେ। ଏବେ ଲକଡାଉନ୍ ପାଇଁ ବ୍ୟବସାୟୀଙ୍କୁ ଆଉ ଆମେ ପରିବା ବିକ୍ରି କରୁନାହୁଁ। ସେହି ପରିବାକୁ ଆମେ ଗାଁ ଗାଁ ବୁଲି ଲୋକଙ୍କୁ ପ୍ୟାକେଟ କରି ବାଣ୍ଟି ଦେଉଛୁ।



from Odisha Reporter https://ift.tt/2VV9d0H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages