ଯାଜପୁରରୁ ଆଉ ୨ ପଜିଟିଭ ଚିହ୍ନଟ, ୪୭ରେ ପହଞ୍ଚିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ଯାଜପୁରରୁ ଆଉ ୨ ପଜିଟିଭ ଚିହ୍ନଟ, ୪୭ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଆକ୍ରାନ୍ତ ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ର ବୋଲି ଜଣାପଡ଼ିଛି। ଉଭୟେ ପୁରୁଷ। ଜଣଙ୍କ ବୟସ ୪୮ ଓ ଅନ୍ୟ ଜଣଙ୍କ ବୟସ ୫୫। ସେମାନେ ଦୁହେଁ କୋଲକାତାରୁ ଫେରିଥିଲେ। ସେମାନଙ୍କ ଶରୀରରେ କରୋନା ଲକ୍ଷଣ ନ ଥିବା ବେଳେ ସେମାନେ କ୍ୱାରେଣ୍ଟିନରେ ଥିଲେ। ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖା ୪୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରୁ ସୂଚନା ମିଳିଛି।

ଆଜି ସକାଳେ ଜିଲ୍ଲାରୁ  ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ପୁରୁଷ, ୨ ମହିଳା ଥିଲେ। ସେମାନଙ୍କର ମଧ୍ୟ କୌଣସି ଲକ୍ଷଣ ନଥିଲା। ହେଲେ କ୍ୱାରେଣ୍ଟାଇନ୍‌ରେ ଥିଲେ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ଆକ୍ଟିଭ୍ କେସ୍‌ ୧୦୦ ଥିବା ବେଳେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ୫୫ ଓ ଜଣଙ୍କର ମୃତ୍ୟୁ ଘଟିଛି।

 



from Odisha Reporter https://ift.tt/2WhooAh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages