ଭାରତକୁ ଭେଣ୍ଟିଲେଟର ଦାନ କରିବ ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ଭାରତକୁ ଭେଣ୍ଟିଲେଟର ଦାନ କରିବ ଆମେରିକା

ନ୍ୟୁୟର୍କ: ମହାମାରୀ କରୋନା ସହ ଲଢ଼େଇ କରୁଥିବା ଭାରତର ସହଯୋଗ କରିବାକୁ ଆଗେଇ ଆସିଛି ଆମେରିକା। କରୋନା ଦ୍ୱାରା ଆମେରିକା ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲେ ହେଁ ଭାରତକୁ ଭେଣ୍ଟିଲେଟର ଦାନ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏଥିସହ ଭାରତ ସହ ଆମେରିକାର ସମ୍ପର୍କ ଖୁବ ଭଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ ବହୁତ ଭଲ ବନ୍ଧୁ ବୋଲି ଟ୍ରମ୍ପ କହିଛନ୍ତି।

ଭାରତର କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏପରି କି ଆଜି କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାର ଆକ୍ରାନ୍ତ ସଂଖ୍ୟାକୁ ବି ଭାରତ ପାର କରିଦେଇଛି। ଭାରତରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଡେଇଁଛି।

ଭାରତର ସ୍ଥିତିକୁ ଦେଖି ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ “ମୁଁ ଗର୍ବର ସହ କହିବାକୁ ଚାହେଁ ଯେ ଭାରତୀୟ ବନ୍ଧୁଙ୍କ ପାଇଁ ଆମେରିକା ଭେଣ୍ଟିଲେଟର ଦାନ କରିବ। ଏହି ମହାମାରୀ ସହ ଲଢ଼େଇ ବେଳେ ଆମେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛୁ। ଆମେ ଟିକା ବାହାର କରିବା ପାଇଁ ବି ଭାରତ ସହ ମିଳିତ ଭାବେ କାର୍ଯ୍ୟ କରୁଛୁ। ଆମେ ଏକାଠି ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସକ୍ଷମ ହେବୁ।”

ଏହା ପୂର୍ବରୁ ରିପୋର୍ଟର ମାନଙ୍କୁ ଟ୍ରମ୍ପ କହିଥିଲେ ଯେ “ଆମେ ବିପୁଳ ସଂଖ୍ୟାରେ ଭେଣ୍ଟିଲେଟର ଭାରତକୁ ପଠାଇଛୁ। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ କଥା ହୋଇଛି। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଭେଣ୍ଟିଲେଟର ରହିଛି।”

ନିକଟରେ ଆମେରିକାର ଅନୁରୋଧ କ୍ରମେ ଭାରତ ସରକାର କରୋନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ୫୦ ମିଲିୟନ ହାଇଡ୍ରୋକ୍ସିକ୍ଲୋରୋକୁଇନ ପଠାଇଥିଲା। ଏଥିପାଇଁ ଟ୍ରମ୍ପ ଭାରତକୁ ପ୍ରକୃତ ବନ୍ଧୁ ବୋଲି କହି ପ୍ରଶଂସା କରିଥିଲେ।



from Odisha Reporter https://ift.tt/3dQUTMO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages