ଆଜି ବାତ୍ୟା ରୂପ ନେବ ‘ଅମ୍ଫାନ୍‌’; ୧୮ରୁ ପ୍ରବଳ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ଆଜି ବାତ୍ୟା ରୂପ ନେବ ‘ଅମ୍ଫାନ୍‌’; ୧୮ରୁ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ବାତ୍ୟା ‘ଅମ୍ଫାନ୍‌’ର ରୂପ ନେବାର ସମ୍ଭାବନା ରହିଛି। ହେଲେ ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ଏହାର ପ୍ରଭାବରେ ୧୮ ତାରିଖରୁ  ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବିଶେଷକରି ୧୮ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ା ଏବଂ ୧୯ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ୧୮ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୫-୫୫ କିଲୋମିଟର, ସ୍ଥଳ ବିଶେଷରେ ୬୫ କିଲୋମିଟର ରହିବ। ହେଲେ ୧୯ ତାରିଖରେ ପବନର ବେଗ ଆହୁରି ବଢ଼ି ୬୫ରୁ ୭୫ କିଲୋମିଟର ଏବଂ ସ୍ଥଳ ବିଶେଷରେ ୮୫ କିଲୋମିଟର ହେବାର ସମ୍ଭାବନା ଥିବା କୁହାଯାଉଛି।

ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲା ଏବଂ ବିଶେଷକରି ଉତ୍ତର ଉପକୂଳର ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହେବାକୁ ଥିବାରୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।



from Odisha Reporter https://ift.tt/2WzcdjC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages