ବାଲେଶ୍ୱର ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

ବାଲେଶ୍ୱର ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ ଜାରି

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଷ୍ଟେସନରେ ଆଜି ୬ଟି  ଶ୍ରମିକ ଏକ୍ସପ୍ରେସ  ପହଞ୍ଚିବ।  ଫଳରେ ବହୁ ସଂଖ୍ୟାରେ ପ୍ରବାସୀ ଏହି ଷ୍ଟେଶନରେ ଓହ୍ଲାଇବାକୁ ଥିବାରୁ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ ମିଆଦ। ଗତକାଲି ରାତି ୧୨ଟାରୁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

ଆଜି ଆସୁଥିବା ୬ଟି ଶ୍ରମିକ ଏକ୍ସପ୍ରେସରେ କେବଳ ବାଲେଶ୍ୱର ଷ୍ଟେଶନରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ  ଓହ୍ଲାଇବାର ସମ୍ଭାବନା ରହିଛି ।  ସଂପୃକ୍ତ ଶ୍ରମିକମାନେ ପ୍ଲାଟଫର୍ମରେ ଓହ୍ଲାଇବା ପରେ ଗହଳିକୁ ଦୃଷ୍ଟିକୁ ରଖି ଷ୍ଟେଶନ ଅଞ୍ଚଳର  ୫୦୦ ମିଟର ପରିଧି ମଧ୍ୟରେ କର୍ଫ୍ୟୁ ଜାରି କରାଯାଇଛି। ଫଳରେ ଶ୍ରମିକମାନେ ପାଦରେ ଚାଲି ଚାଲି କିମ୍ବା ଗାଡ଼ିରେ କେଉଁ ଆଡ଼େ ଯାଇପାରିବେ ନାହିଁ।  ସେଠାରୁ ସମସ୍ତଙ୍କୁ ନିଜ ନିଜ ଇଲାକାର କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନିଆଯିବ ।  ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି ।



from Odisha Reporter https://ift.tt/2WW7uYa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages