ଚାଲି ଚାଲି ଘରକୁ ଫେରୁଥିଲେ ପ୍ରବାସୀ ଶ୍ରମିକ, ମାଡ଼ିଗଲା ବସ: ୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

ଚାଲି ଚାଲି ଘରକୁ ଫେରୁଥିଲେ ପ୍ରବାସୀ ଶ୍ରମିକ, ମାଡ଼ିଗଲା ବସ: ୬ ମୃତ

ମୁଜାଫରନଗର: କରୋନା ଲକଡାଉନ ନିଜର ସର୍ବସ୍ୱ ହରାଇ ସାରିଥିବା ପ୍ରବାସୀ ଶ୍ରମିକମାନେ ଏବେ ରାସ୍ତାରେ ପ୍ରାଣ ହରାଇବାରେ ଲାଗିଛନ୍ତି। ଲକଡାଉନ ଯୋଗୁ ଶହଶହ କିମି ରାସ୍ତା ଚାଲିଚାଲି ଅତିକ୍ରମ କରୁଥିବା କିଛି ଶ୍ରମିକଙ୍କ ଉପରେ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଚାଲୁଥିବା ବସ୍‌ ମାଡ଼ି ଯାଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଏହାକୁ ନେଇ ସାରା ଦେଶରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ପଞ୍ଜାବରୁ କିଛି ଶ୍ରମିକ ସଡ଼କ ପଥରେ ଚାଲିଚାଲି ସେମାନଙ୍କ ଘର ବିହାରକୁ ଯାଉଥିଲେ। ସେମାନେ ଉତ୍ତର ପ୍ରଦେଶର ମୁଜାଫରନଗର ଜାତୀୟ ରାଜପଥରେ ଯାଉଥିବା ବେଳେ ବିଳିମ୍ବିତ ରାତିରେ ଅଘଟଣ ଘଟିଥିଲା।

ୟୁପି ସରକାରଙ୍କ ବସ୍‌ ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଘଟଣା ପରେ ଡ୍ରାଇଭ ଜଣଙ୍କ ଫେରାର ହୋଇଯାଇଛନ୍ତି। ସେହିପରି ଦୁର୍ଘଟଣା ବେଳେ ବସ୍‌ରେ କୌଣସି ଯାତ୍ରୀ ଥିଲେ କି ନାହିଁ, ତାହା ଜଣାପଡ଼ିନାହିଁ। ପୁଲିସ୍‌ ବସଟିକୁ ଜବତ କରିବା ବେଳେ ଏହା ସଂପୂର୍ଣ୍ଣ ଖାଲି ରହିଥିଲା।

ଗତ ସପ୍ତାହରେ ଚାଲିଚାଲି ନିଜ ଘର ମଧ୍ୟପ୍ରଦେଶକୁ ଫେରୁଥିବା କିଛି ଶ୍ରମିକଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା। ଏଥିରେ ୧୬ ଜଣଙ୍କ ଜୀବନ ଯାଇଥିଲା।



from Odisha Reporter https://ift.tt/2T2639K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages