କ୍ଲାସ୍‌ ରୁମ୍‌ ଖାଁ, ଖାଁ, ତଥାପି ବହି ଧରି ପଢ଼ାଉଛନ୍ତି ଶିକ୍ଷକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

କ୍ଲାସ୍‌ ରୁମ୍‌ ଖାଁ, ଖାଁ, ତଥାପି ବହି ଧରି ପଢ଼ାଉଛନ୍ତି ଶିକ୍ଷକ

ସୋନପୁର(ରବୀନ୍ଦ୍ର ହୋତା): କ୍ଲାସ୍‌ ରୁମ୍‌ ଖାଁ, ଖାଁ ଥିବା ବେଳେ ନାହିଁ ପିଲାଙ୍କ କୋଳାହଳ। କେବଳ ଶିକ୍ଷକ କ୍ଲାସ୍‌ରେ ଉପସ୍ଥିତ ଥିବା ବେଳେ କେତେବେଳେ ବହି ଧରି ତ କେତେବେଳେ କଳାପଟାରେ ଅଙ୍କ କଷି ବୁଝାଇ ଚାଲୁଛନ୍ତି। ଆଉ ଏ ସବୁର ହୋଇ ଚାଲିଛି ମୋବାଇଲ ରେକର୍ଡିଂ। ଘରେ ରହି ବି ପିଲାଙ୍କୁ କ୍ଲାସ୍‌ ରୁମ୍‌ର ଅନୁଭବ ଦେବା ତଥା ପାଠପଢ଼ାକୁ ଆଗେଇ ନେବା ପାଇଁ ଜୋରସୋରରେ ଚାଲିଛି ଏପରି ପ୍ରୟାସ।

ସୁବର୍ଣ୍ଣପୁର ଜିଲ୍ଲା ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଇ-ପ୍ରୟାସ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହୋଇଛି ଅନଲାଇନ୍‌ ପାଠପଢା ବ୍ୟବସ୍ଥା। ଲକଡାଉନ୍‌ ଯୋଗୁଁ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢା। ସେପଟେ କରୋନାର ଭୟାବହତା ଦିନକୁ ଦିନ ବଢି ବଢି ଚାଲିଥିବାରୁ କେବେ ପାଠ ପଢ଼ା ଆରମ୍ଭ ହେବ ତାକୁ ନେଇ ଦେଖାଦେଇଛି ଅନିଶ୍ଚତତା । ଏପରି ସ୍ଥିତିରେ ସଙ୍ଗରୋଧ ନିୟମକୁ କଡ଼ାକଡ଼ି ପାଳନ ସହ କିପରି ପିଲାଙ୍କ ପାଠପଢା ବ୍ୟାହତ ନ ହେବ ସେନେଇ ଆରମ୍ଭ ହୋଇଛି ପ୍ରୟାସ।

ସୋନପୁର ବ୍ଲକର ମହାରାଜା ହାଇସ୍କୁଲରେ ଅଭିଜ୍ଞ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ପରେ ଚାଲିଛି ଅନ୍‌ଲାଇନ୍‌ ପାଠପଢ଼ା। ପ୍ରଥମେ କ୍ଲାସରୁମ୍‌ ଭିତରେ ସବୁ ବିଷୟବସ୍ତୁକୁ ସରଳ ଭାବେ ଶିକ୍ଷକ ବୁଝାଉଥିବା ବେଳେ ଏହାର ମୋବାଇଲରେ ରେକର୍ଡିଂ କରାଯାଉଛି।  ପରେ ୟୁଟ୍ୟୁବ ମାଧ୍ୟମରେ ଅପଲୋଡ କରାଯାଇ ପିଲାଙ୍କ ହ୍ୱାଟସଆପ୍‌ରେ ଲିଙ୍କ ପଠାଯାଉଛି। ପିଲାମାନେ ଘରେ ଥାଇ ମଧ୍ୟ କିଭଳି କ୍ଲାସ ରୁମର ଅନୁଭୁତି ଭିତରେ ଆଗ୍ରହ ସହକାରେ ପାଠପଢିବେ ସେନେଇ ବେଶ ଯତ୍ନବାନ ଅଛି ଶିକ୍ଷା ବିଭାଗ।  ଦ୍ୱିତୀୟରୁ  ଅଷ୍ଟମ ଶ୍ରେଣୀ ପିଲାଙ୍କ ନିମନ୍ତେ ଏପରି ଭାବେ ପ୍ରତି ବିଷୟ ପଢ଼ାଯାଉଛି। ଏହାଦ୍ୱାରା ଜିଲ୍ଲାର କିପରି ସବୁ ଛାତ୍ରଛାତ୍ରୀ  ଉପକୃତ ହେବା ସେ ଦିଗରେ ମଧ୍ୟ ପ୍ରୟାସ ଚାଲିଛି।

ଏ ସମ୍ପର୍କରେ ମହାରାଜା ହାଇସ୍କୁଲର ବିଜ୍ଞାନ ଶିକ୍ଷକ କହିଛନ୍ତି, ବିଜ୍ଞାନ ଏକ ଜଟିଳ ବିଷୟ ହୋଇଥିବାରୁ ଦୂରରେ ଥାଇ ବି କିପରି ସହଜ, ସରଳ ଭାବେ ପିଲା  ବୁଝି ପାରିବେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେଉଛୁ। ପ୍ରାକ୍ଟିକାଲ କ୍ଲାସ୍‌ ନିମନ୍ତେ ଯାହା ଆବଶ୍ୟକ, ସେହି ଉପକରଣକୁ ମଧ୍ୟ ମହଜୁଦ ରଖାଯାଉଛି।

ଏ ସମ୍ପର୍କରେ ସୋନପୁର ଗୋଷ୍ଠି ଶିକ୍ଷାଧିକାରୀ ଘନଶ୍ୟାମ ମେହେର କହିଛନ୍ତି, ସ୍କୁଲ ଖୋଲିବା ନେଇ ଅନିଶ୍ଚିତନା ଲାଗି ରହିଥିବା ବେଳେ ଇ-ପ୍ରୟାସ  କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍‌ଲାଇନ୍‌ ପାଠପଢ଼ା ଉପରେ ଗୁରୁତ୍ୱ ଦେଉଛୁ। ଅଭିଜ୍ଞ ଶିକ୍ଷକମାନଙ୍କୁ ନେଇ ପ୍ରଥମେ ପ୍ଲାନ୍‌ କରାଯାଇ ଶିକ୍ଷା ଦିଆଯାଉଛି। ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ନିମନ୍ତେ ଆନିମେଶନ ଭିଡିଓ ମଧ୍ୟ ଅପଲୋଡ କରାଯାଉଛି । ପରେ ଏହାର ଭିଡିଓ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ଜିଲ୍ଲାର ସବୁ ଛାତ୍ରଛାତ୍ରୀ ଯେପରି ଉପକୃତ ହେବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେଉଛୁ।



from Odisha Reporter https://ift.tt/2Za7WVz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages