୫ମ କିସ୍ତିରେ ଅନେକ ବଡ଼ ଘୋଷଣା କଲେ ସୀତାରମଣ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

୫ମ କିସ୍ତିରେ ଅନେକ ବଡ଼ ଘୋଷଣା କଲେ ସୀତାରମଣ…

ନୂଆଦିଲ୍ଲୀ: କରୋନା ସଙ୍କଟ ବେଳେ ଦେଶର ଆର୍ଥିକ ସ୍ଥିତି ସୁଧାରିବାକୁ ଆତ୍ମନିର୍ଭର ଭାରତ ରିଲିଫ୍ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରୀପ୍ରେକ୍ଷୀରେ ୫ଟି କିସ୍ତିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହ ୨୦ ଲକ୍ଷ କୋଟିର ପ୍ୟାକେଜକୁ ଥର ଥର କରି ଘୋଷଣା କରିଛନ୍ତି। ତେବେ ଆଜି ପଞ୍ଚମ ତଥା ଶେଷ କିସ୍ତି ବିଷୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ସୀତାରମଣ।

  • ୨୦ ଲକ୍ଷ କୋଟି ଆତ୍ମନିର୍ଭର ଭାରତ ରିଲିଫ୍ ପ୍ୟାକେଜର ପଞ୍ଚମ କିସ୍ତି ଘୋଷଣା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶ ଆଜି ବିଭିନ୍ନ ସଙ୍କଟ ଦେଇ ଗତି କରୁଛି। ଆମକୁ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେବ। ଆର୍ଥିକ ସଙ୍କଟ ସତ୍ତ୍ୱେ ଆମକୁ ଆଗକୁ ବଢ଼ିବାକୁ ହେବ। ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଇଛି। ଉଜ୍ଜ୍ୱଳା ଯୋଜନା ୬.୮୧ କୋଟି ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଇଛି। ଲକଡାଉନ ବେଳେ ଗରିବଙ୍କ ପାଇଁ ୩ ମାସର ମାଗଣା ରାସନ ସରକାର ଯୋଗାଇଛନ୍ତି। ଏଥିଲାଗି ଏଫସିଆଇ, ନାଫେଡ (ଏନଏଏଫଇଡି) ଏବଂ ରାଜ୍ୟ ସରକାରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଅର୍ଥନମନ୍ତ୍ରୀ।
  • ସୀତାରମଣ ପୁଣି କହିଛନ୍ତି, ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କ ଖାତାକୁ ଟଙ୍କା ଯାଇଛି। ୮.୧୯ କୋଟି କୃଷକଙ୍କ ଖାତାକୁ ୨-୨ ହଜାର ଲେଖାଏଁ ଟଙ୍କା ଦିଆଯାଇଛି। ୨୦ କୋଟି ମହିଳାଙ୍କ ଜନ-ଧନ ଆକାଉଣ୍ଚକୁ ୧୦, ୦୨୫ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି। ୨.୨୦ କୋଟି ନିର୍ମାଣ ଶ୍ରମିକଙ୍କୁ ସିଧା ସଳଖ ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଯୋଗାଇଦିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ୧୨ ଲକ୍ଷରୁ ଅଧିକ ଇପିଏଫ୍ ଖାତା ଧାରୀ ଲାଭବାନ ହେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।
  • କରୋନା ସଙ୍କଟ ସମୟରେ ଚାରିଆଡ଼ୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଦୁଃଖ ଯନ୍ତ୍ରଣା ନିତିଦିନ ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷୀରେ ସୀତାରମଣ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ଉପରେ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି। ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ୮୫ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର କରୁଛନ୍ତି। ଶ୍ରମିକମାନଙ୍କୁ ଟ୍ରେନରେ ଖାଇବାକୁ ମଧ୍ୟ ଦିଆଯାଉଛି।
  • କେନ୍ଦ୍ର ସରକାର ଗ୍ରାମ୍ୟାଞ୍ଚଳରେ ରୋଜଗାର ଯୋଗାଇ ଦେବାକୁ ମନରେଗା ବଜେଟକୁ ବିଶେଷ ଭାବେ ଧ୍ୟାନ ଦେଇଛନ୍ତି। ମନରେଗା ବଜେଟ ମୋଟ ୬୧ ହଜାର କୋଟି ଟଙ୍କା ଥିବା ବେଳେ ଏବେ ଅତିରିକ୍ତ ୪୦ ହଜାର କୋଟି ବୃଦ୍ଧି କରାଯାଇଛି।
  • କରୋନା ପରିସ୍ଥିତି ମୁକାବିଲା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ୧୫ ହଜାର କୋଟି ଟଙ୍କା ଦିଆଯାଇଛି। ଟେଷ୍ଟିଂ ଏବଂ ଲ୍ୟାବ୍ କିଟ୍ ପାଇଁ ୫୫୦ କୋଟି ଟଙ୍କା ଦିଆଯାଇଛି। କରୋନା ସହ ଲଢ଼ୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିମା ଦିଆଯାଇଛି। କରୋନା ମୁକାବିଲା ପାଇଁ ରାଜ୍ୟଗୁ଼ଡ଼ିକୁ ୪୧୧୩ କୋଟି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।
  • ଗ୍ରାମୀଣ ସ୍ତରରେ ସ୍ବାସ୍ଥ୍ୟସେବାକୁ ଫୋକସ୍ କରାଯିବ। ସବୁ ଜିଲ୍ଲାରେ ଲ୍ୟାବ୍ ବଢ଼ାଇବାକୁ ଗୁରୁତ୍ୱ ଦିଆଯିବ ଏବଂ ସଂକ୍ରମଣ ରୋଗ ବ୍ଲକ୍ ତିଆରି ହେବ। ସାର୍ବଜନୀନ ସ୍ବାସ୍ଥ୍ୟସେବାକୁ ଅଧିକ ଫୋକସ୍ କରାଯିବ ବୋଲି ସୀତାରମଣ କହିଛନ୍ତି।
  • ଉଜ୍ଜ୍ୱଳା ଯୋଜନାରେ ଗରିବମାନଙ୍କୁ ମାଗଣାରେ ସିଲିଣ୍ଡର ବଣ୍ଟନ କରାଯାଇଛି। ଗରିବ ଲୋକଙ୍କୁ ୬ କୋଟି ୮୧ ଲକ୍ଷ ସିଲିଣ୍ଡର ବଣ୍ଟା ଯାଇଛି। ଘଝଇଚ ଲାଭାର୍ଥୀଙ୍କୁ ପ୍ରଥମ ଦଫାରେ ୧, ୪୦୫ କୋଟି ଦିଆଯାଇଥିବା ବେଳେ ୨ୟ ଦଫାରେ ୧, ୪୦୨ କୋଟି ଦିଆଯାଇଛି। ଘଝଇଚ ଲାଭାର୍ଥୀଙ୍କ ବାବଦକୁ ୩ ହଜାର କୋଟି ଖର୍ଚ୍ଚ ହେବ ବୋଲି ସୀତାରମଣ ସୂଚନା ଦେଇଛନ୍ତି।
  • ଖୁବଶୀଘ୍ର ଏକ ମଲଟି ମୋଡ୍ ଡିଜିଟାଲ ଅନଲାଇନ୍ ଶିକ୍ଷାଦାନ ପ୍ଲାଟଫର୍ମ ପିଏମ୍ ଇ-ବିଦ୍ୟା କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯିବ। ଏଥିରେ ସ୍କୁଲ ଶିକ୍ଷାକୁ ଆଧାର କରି ଦୀକ୍ଷା ପ୍ଲାଟଫର୍ମ ଯୋଜନାକୁ ଅନ୍ତର୍ଭୁକ୍ତ କରାଯିବ। ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓ୍ୱାନ୍ କ୍ଲାସ୍ ଓ୍ବାନ୍ ଚ୍ୟାନେଲ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ପିଲାଙ୍କୁ ଅନଲାଇନରେ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ। ସର୍ବୋଚ୍ଚ ୧୦୦ଟି ବିଶ୍ୱବିଦ୍ୟାଳୟକୁ ଅନଲାଇନ କୋର୍ସ ଲାଗି ମଞ୍ଜୁରୀ ମିଳିବ। ପିଲାମାନଙ୍କ ପାଇଁ ମନୋଦର୍ପଣ ଯୋଜନା ଆରମ୍ଭ ହେବ।
  • ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକ ଜିଡିପିର ୩ ପ୍ରତିଶତ ହିସାବରେ ଋଣ ନେବାର ସୁବିଧା ଥିଲା। ଏବେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏହାକୁ ୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଏଣୁ ରାଜ୍ୟଗୁଡ଼ିକ ନିଜ କ୍ଷମତା ଅନୁଯାୟୀ ୨୦୨୦-୨୧ ବର୍ଷରେ (କେବଳ ଗୋଟିଏ ବର୍ଷ ପାଇଁ) ନିଜ ଜିଡିପିର ୫ ପ୍ରତିଶତ ଅଧିକ ଋଣ ନେଇପାରିବେ। ଫଳରେ ରାଜ୍ୟଗୁଡ଼ିକରେ ଅତିରିକ୍ତ ୪.୨୫ ଲକ୍ଷ କୋଟି ଟଙ୍କା ଗଚ୍ଛିତ ରହିବ।
  • ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ ପଲିସି ଅଣାଯିବ। ସବୁ ଷ୍ଟ୍ରାଟାଜିକ୍ ସେକ୍ଟରରେ ଘରୋଇ କମ୍ପାନୀ ସହ ଗୋଟିଏ ସରକାରୀ କମ୍ପାନୀ ରହିବ। ଅନ୍ୟ ସେକ୍ଟରଗୁଡ଼ିକରେ ମଧ୍ୟ ସରକାରୀ କମ୍ପାନୀକୁ ଘରୋଇକରଣ କରାଯିବ। ଅନାବଶ୍ୟକ ଖର୍ଚ୍ଚ ତଥା ପ୍ରଶାସନିକ ଖର୍ଚ୍ଚ କମ କରାଯିବା ଲାଗି ଅତି ବେଶୀରେ ୪ଟି ପିଏସଇ ରହିବ ଏବଂ ବାକି ସବୁଗୁଡ଼ିକୁ ଘରୋଇକରଣ କରାଯିବ, ମିଶ୍ରଣ କରାଯିବା କିମ୍ବା ଅନ୍ୟ ହୋଲଡିଂ କମ୍ପାନୀ ସହ ମିଶ୍ରଣ କରିଦିଆଯିବ।
  • ଏମଏସଏଇ କ୍ଷେତ୍ରରେ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ କାହାକୁ ଦେବାଳିଆ ଘୋଷଣା କରାଯିବ ନାହିଁ। ଅସମର୍ଥ ବା ଦେବାଳିଆ ଘୋଷଣା ପ୍ରକ୍ରିୟା ଲାଗି ଋଣ ସୀମାକୁ ୧ ଲକ୍ଷରୁ ବୃଦ୍ଧି କରି ୧ କୋଟି ଟଙ୍କା ରଖାଯାଇଛି।


from Odisha Reporter https://ift.tt/3dW2ZnI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages