ରିଲାଏନ୍ସ ଜିଓରେ ୧୧,୩୬୭ କୋଟି ନିବେଶ କରିବ କେକେଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ରିଲାଏନ୍ସ ଜିଓରେ ୧୧,୩୬୭ କୋଟି ନିବେଶ କରିବ କେକେଆର

ମୁମ୍ବାଇ: ଆମେରିକାରେ ଅବସ୍ଥାପିତ ବିଶ୍ୱସ୍ତରୀୟ ଇନଭେଷ୍ଟମେଣ୍ଟ ଫାର୍ମ କେକେଆର ଭାରତର ଜିଓ ଡିଜିଟାଲରେ ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛି। କେକେଆର ଜିଓରେ ୧୧,୩୬୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବୋଲି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃ ପକ୍ଷରୁ କୁହାଯାଇଛି। ଏହି ଅର୍ଥ ବଳରେ କେକେଆର ଓ ଜିଓ ମିଳିତ ଭାବେ ଟେକ୍ନୋଲଜି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ।

ଏହାପୂର୍ବରୁ ଫେସବୁକ, ସିଲଭର ଲେକ, ଭିସ୍ତା ଓ ଜେନେରାଲ ଆଣ୍ଟଲାଟିକ ଭଳି ବିଶ୍ୱସ୍ତରୀୟ କମ୍ପାନୀ ମଧ୍ୟ ଜିଓରେ ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଥିଲେ। ରିଲାଏନ୍ସ ଜିଓରେ ବଡ଼ବଡ଼ କମ୍ପାନୀ ପୁଞ୍ଜି ନିବେଶ କରୁଥିବାରୁ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହା ଋଣ ମୁକ୍ତ କମ୍ପାନୀ ମାନ୍ୟତା ପାଇବ।

ଏହାକୁ ମିଶାଇ ରିଲାଏନ୍ସରେ ଏଯାଏ ୭୮,୫୬୨ କୋଟିର ପୁଞ୍ଜି ବିନିଯୋଗ କରିବାକୁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି। ୨୦୨୦ ମାର୍ଚ୍ଚ ସୁଦ୍ଧା କମ୍ପାନୀର ଋଣ ୧.୬୧ ଲକ୍ଷ କୋଟି ରହିସଥିଲା। ବର୍ତ୍ତମାନ ସୁଦ୍ଧା ୭୮ ହଜାର କୋଟିରୁ ଅଧିକ ପୁଞ୍ଜି ମିଳିବାରୁ ଖୁବଶୀଘ୍ର କମ୍ପାନୀ ତା’ର ଟାର୍ଗେଟକୁ ହାସଲ କରିନେବ ବୋଲି କୁହାଯାଉଛି।



from Odisha Reporter https://ift.tt/36nvhF6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages