ଏହି ସହରରେ ମଦର ହୋମ ଡେଲିଭରୀ ଆରମ୍ଭ କରିଛି ସ୍ୱିଗି ଓ ଜୋମାଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ଏହି ସହରରେ ମଦର ହୋମ ଡେଲିଭରୀ ଆରମ୍ଭ କରିଛି ସ୍ୱିଗି ଓ ଜୋମାଟୋ

ବେଙ୍ଗାଲୁରୁ: ଝାରଖଣ୍ଡର ରାଞ୍ଚି ପରେ ସ୍ୱିଗି ଓ ଜୋମାଟୋ ଏବେ ଏକାଧିକ ରାଜ୍ୟର ବଡ଼ବଡ଼ ସହରରେ ମଦର ହୋମ ଡେଲିଭରୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହାର ଅର୍ଥ ଆଉ ଲକଡାଉନରେ ଲୋକଙ୍କୁ ବାହାରକୁ ବାହିରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମଦ କିଣିବାକୁ ପଡ଼ିବନି। ଲୋକମାନେ ପୂର୍ବରୁ ଯେଉଁଭଳି ଭାବେ ଖାଦ୍ୟର ହୋମ ଡେଲିଭରୀ ପାଇଁ ଅର୍ଡର କରୁଥିଲେ, ଏବେ ମଦ ପାଇଁ ଅନୁରୂପ ଭାବେ ଅର୍ଡର କରିପାରିବେ। ଅର୍ଡର ପାଇବା ପରେ ଏହି ଦୁଇ ସଂସ୍ଥାର କର୍ମଚାରୀମାନେ ଘରେ ଆସି ମଦ ଦେଇଦେଇ ଯିବେ।

ଗତକାଲି ଠାରୁ ଝାରଖଣ୍ଡ ସରକାରଙ୍କ ଅନୁମତିକ୍ରମେ ଏହି ଦୁଇ ଆପ୍ ରାଜଧାନୀ ରାଞ୍ଚିରେ ‘ମଦ’ର ହୋମ ଡେଲିଭରୀ ସେବା ଆରମ୍ଭ କରିଥିଲେ। ଆସନ୍ତା ସପ୍ତାହକ ମଧ୍ୟରେ ଏହି ସୁବିଧା ରାଜ୍ୟର ଅନ୍ୟ ସହର ଗୁଡ଼ିକରେ ଉପଲବ୍ଧ ହେବ ବୋଲି କୁହାଯାଉଛି।

ସ୍ୱିଗି ପକ୍ଷରୁ କୁହାଯାଇଛି ଯେ ମଦର ହୋମ ଡେଲିଭରୀ କରିବାକୁ ଆମେ ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଆଲୋଚନା ଜାରି ରଖିଛୁ। କିଛି ରାଜ୍ୟରେ କଥାବାର୍ତ୍ତା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆମେ ଖୁବଶୀଘ୍ର ମଦର ହୋ ଡେଲିଭରୀ ସେବା ଆରମ୍ଭ କରିବୁ।

ଅନଲାଇନରେ ମଦ କିଣିଲେ ସାମାଜିକ ଦୂରତା ବଜାୟ ରହିବା ସହ ଲୋକଙ୍କୁ ଅଯଥାରେ ମଦ ଦୋକାନ ଆଗରେ ଭିଡ଼ କରିବାକୁ ପଡ଼ିବ ନାହିଁ। ଆମେ ଅନଲାଇନ ଡେଲିଭରୀ ଦ୍ୱାରା ରିଟେଲ ବ୍ୟବସାୟୀଙ୍କ ବ୍ୟବସାୟିଙ୍କ ଅଧିକ ତ୍ୱରାନ୍ୱିତ କରିବା ସହ ଭିଡ଼ ହ୍ରାସ କରିପାରିବୁ ବୋଲି ସ୍ୱିଗି ପକ୍ଷରୁ କୁହାଯାଇଛି।

କରୋନା ଲକଡାଉନ ଯୋଗୁ ଦେଶରେ ବଡ଼ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ରହିଛି। ଫଳରେ ଏହି ଦୁଇ କମ୍ପାନୀର ବ୍ୟବସାୟ ଆଶାତୀତ ଭାବେ ହ୍ରାସ ପାଇଛି। ତେଣୁ ନିଜ ବ୍ୟବସାୟକୁ ବଢ଼ାଇବା ଓ କ୍ଷତିକୁ ଭରଣା କରିବା ପାଇଁ ଦୁଇ କମ୍ପାନୀ ମଦର ହୋମ ଡେଲିଭରୀ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2ZsVSPh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages