ହତ୍ୟା କରି ୯ ଜଣଙ୍କୁ କୂଅ ଭିତରକୁ ଫିଙ୍ଗି ଦିଆଯାଇଛି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

ହତ୍ୟା କରି ୯ ଜଣଙ୍କୁ କୂଅ ଭିତରକୁ ଫିଙ୍ଗି ଦିଆଯାଇଛି !

ହାଇଦ୍ରାବାଦ: ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାର ଏକ ଗାଁରେ କୂଅରୁ ୯ ଜଣଙ୍କ ମୃତଦେହ ଠାବ ହେବା ଘଟଣାରେ ପୁଲିସ ଏବଂ ଫରେନସିକ୍ ଟିମ୍ ତଦନ୍ତ କରୁଛି। ତଦନ୍ତ ପ୍ରକ୍ରିୟା ଚାଲିଛି, ହେଲେ ୯ ଜଣ ଆତ୍ମହତ୍ୟା କରିନାହାନ୍ତି ବରଂ କେହି ହତ୍ୟା କରି କୂଅ ଭିତରକୁ ଫିଙ୍ଗି ଦେଇଥିବା ଫରେନସିକ୍ ଟିମ୍ ସନ୍ଦେହ କରୁଛି।

ରବିବାର ଫରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ବୁଲି ଦେଖିଥିଲା। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “୯ ଜଣ ଆତ୍ମହତ୍ୟା କରି ନାହାନ୍ତି। ଫରେନସିକ ପରୀକ୍ଷାଗାରରେ ବିଭିନ୍ନ ପରୀକ୍ଷା ହେବ। ଏମାନଙ୍କୁ କେହି ମାରି ଫିଙ୍ଗି ଦେଇଥିବା ଜଣାପଡ଼ୁଛି। ଦୁଇରୁ ତିନି ଜଣ ଏହି ହତ୍ୟା ଘଟଣାରେ ସାମିଲ୍ ଥାଇପାରନ୍ତି। ମୃତ ଛୋଟ ଛୁଆ ଶରୀରରେ କୌଣସି କ୍ଷତ ବିକ୍ଷତ ଚିହ୍ନ ନଥିବା ଜଣାପଡ଼ିଛି। ତେଣୁ ହତ୍ୟା ବୋଲି ସନ୍ଦେହ କରାଯାଉଛି। ୧୦ ଦିନ ପରେ ଫରେନସିକ୍ ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇପାରିବ”। ଏହି ମାମଲାରେ ଦୁଇ ଜଣଙ୍କୁ ପୁଲିସ ଜେରା କରୁଥିବା ଜଣାପଡ଼ିଛି।

୯ ମୃତକଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଦୁଇ ଜଣ ବିହାରର ଓ ଜଣେ ତ୍ରିପୁରାର ବୋଲି ଜଣାପଡ଼ିଛି। ଗତ ଗୁରୁବାର ପୁଲିସ୍‌ ପ୍ରଥମେ କୂଅରୁ ୪ଟି ମୃତଦେହ ଉଦ୍ଧାର କରିଥିଲା। ଶୁକ୍ରବାର ସନ୍ଧ୍ୟାରେ ଆଉ ୫ଟି ମୃତଦେହ ଠାବ ହୋଇଥିଲା।



from Odisha Reporter https://ift.tt/2zr3SWB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages