ନୂଆଦିଲ୍ଲୀ: ପରିବାର ଲୋକଙ୍କୁ କାଳେ କରୋନା ସଂକ୍ରମିତ କରିବ, ସେହି ଭୟରେ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଜଣେ ୫୬ ବର୍ଷୀୟ ଆଇଆରଏସ୍ ଅଫିସର ନିଜ କାର ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। ୨୦୦୬ ବ୍ୟାଚ୍ର ଆଇଆରଏସ ଅଫିସର ଶିବରାଜ ସିଂହ ନିଜ କାର ମଧ୍ୟରେ ଏସଡି ଭଳି କୌଣସି ଜନିଷକୁ ପାନ କରି ଜୀବନ ହାରିଛନ୍ତି।
ସେ ଦିଲ୍ଲୀର ଆରକେ ପୁରମର ଆଡସିନାଲ କମିଶନର ଅଫ ଇନକମ ଟ୍ୟାକ୍ସ(ସିଆଇଟି) ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି। ଏଥିରେ ସେ ଲେଖିଛନ୍ତି ଯେ ତାଙ୍କ ପାଇଁ ପରିବାର ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ସେହି ଭୟରେ ସେ ଆତ୍ମହତ୍ୟାର ରାସ୍ତା ବାଛିବାକୁ ବାଧ୍ୟ ହୋଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ସପ୍ତାହରେ ଶିବରାଜ ସିଂହ ନିଜର କୋଭିଡ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତଥାପି ତାଙ୍କ ପରିବାର ଲୋକ ତାଙ୍କ ପାଇଁ ସଂକ୍ରମିତ ହେବାର ସେ ଆଶଙ୍କା କରିଥିଲେ।
ଏହାକୁ ନେଇ ସେ ବେଶ କିଛିଦିନ ହେଲା ଚିନ୍ତାରେ ମଧ୍ୟ ରହୁଥିଲେ। ଶେଷରେ ସେ କାର ମଧ୍ୟରେ ଆତ୍ମ ହତ୍ୟା କରିଛନ୍ତି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ କରିଛି।
from Odisha Reporter https://ift.tt/2ULZSHw
No comments:
Post a Comment