ନାଳରେ ଗାଧୋଉଥିଲା ବେଳେ ମାଡ଼ି ଆସିଲା ବର୍ଷା ଜଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 14, 2020

ନାଳରେ ଗାଧୋଉଥିଲା ବେଳେ ମାଡ଼ି ଆସିଲା ବର୍ଷା ଜଳ

ବଣାଇ (ରଞ୍ଜିତ ଚୌଧୁରୀ): ନାଳରେ ଗାଧୋଉଥିବା ବେଳେ ହଠାତ୍ ବର୍ଷାଜଳ ମାଡ଼ି ଆସିବାରୁ ଜଣେ ନାବାଳକ ଭାସି ଯାଇଥିବା ବେଳେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗ ଥାନା ଅନ୍ତର୍ଗତ କମାରପୋଷ ଗାଁରେ।

ଉଦ୍ଧାର ହୋଇଥିବା ନାବାଳକଙ୍କ ନାଁ କ୍ରିଷ୍ଣା ମହାନ୍ତ। ସେ ଗତକାଲି ଗାଁର କିଛି ଯୁବକଙ୍କ ସହିତ ଗାଧୋଇବାକୁ ନାଳକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ୍ ବର୍ଷାଜଳ ମାଡ଼ି ଆସିଥିଲା। ଅନ୍ୟମାନେ ତତ୍‌କ୍ଷଣାତ୍ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିବା ବେଳେ ପାଣିର ପ୍ରବଳ ସୁଅରେ ଭାସି ଯାଇଥିଲେ କ୍ରିଷ୍ଣା। ତେବେ କିଛି ବାଟ ଭାସିଯିବା ପରେ ସେ ଏକ ବୁଦାକୁ ଧରି ଅଟକି ଯାଇଥିଲେ। ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସେମାନେ ଆସିବା ପରେ ଏକ ବିପଜ୍ଜନକ ରେସ୍କ୍ୟୁ ଅପରେସନ୍‌ ଆରମ୍ଭ କରିଥିଲେ। ତେବେ ଏହା ସଫଳ ହୋଇଥିଲା ଓ କ୍ରିଷ୍ଣାକୁ ଉଦ୍ଧାର କରାଯାଇଥିଲା। ଏହି ରେସ୍କ୍ୟୁ ଅପରେସନ୍‌ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା।



from Odisha Reporter https://ift.tt/3e2l1EZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages