ଖଲ୍ଲିକୋଟ୍ ବ୍ଲକ୍‌ର ୧୦ଟି ଗାଁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌, ୨୨ଟି ଗାଁ ବଫର ଜୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ଖଲ୍ଲିକୋଟ୍ ବ୍ଲକ୍‌ର ୧୦ଟି ଗାଁ କଣ୍ଟେନ୍‌ମେଣ୍ଟ୍ ଜୋନ୍‌, ୨୨ଟି ଗାଁ ବଫର ଜୋନ୍‌

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିବା ବେଳେ ୧୦ଟି ଗାଁକୁ ବଫର୍ ଜୋନ୍ ଘୋଷଣା କରାଯାଇଛି। ସେହିପରି ଏହି ବ୍ଲକ୍‌ର ଆୟିତିପୁର ପଞ୍ଚାୟତର ଗୋଟିଏ ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିବା ବେଳେ ୧୨ଟି ଗାଁକୁ ବଫର୍ ଜୋନ୍ ଘୋଷଣା କରାଯାଇଛି।

ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମ୍‌ସି)ରେ ନିୟୋଜିତ ୧୨ ଜଣ କର୍ମଚାରୀ ଓ ଆୟିତିପୁର ପଞ୍ଚାୟତ ଟିଏମ୍‌ସିରେ ନିୟୋଜିତ ୩ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁ- ଘୋଡ଼ାପଡ଼ା, ସିଆଳିପଟା, କୁରିମ୍ପୁର, ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ, ସାନବାଲା, ନୂଆପଲ୍ଲୀ, ଛକାସିଂହ ଓ ଦେବୀଝରକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ସେହିପରି ଏହି ୯ଟି ଗାଁ ଚାରିପାଖରେ ଥିବା ମରେଇନୂଆଗାଁ, ନଳାସିଂ, ଖାସୁଲା, ସୋରିଷପାଟଗଞ୍ଜରା, ବଡ଼ପଲା, ବି.ଭଲିପଦର, ପି. ବଳରାମପୁର, ଖରିପଲ୍ଲୀ, କିଆପଲ୍ଲୀ ଓ କୁମାରସିଂହ ଗାଁକୁ ବଫର୍ ଜୋନ୍ ଘୋଷଣା କରାଯାଇଛି।

ଆୟିତିପୁରର କେବଳ ବୀରପୁର ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିବା ବେଳେ ଉତ୍ସପଡ଼ା, ଆୟିତିପୁର, ଖୋଜାପଲ୍ଲୀ, ପାଳଧୂଆପଲ୍ଲୀ, ଭିକପଡ଼ା, ରାଇପଡ଼ା, ରାମଚନ୍ଦ୍ରପୁର, କଇରାଶି, ଲକ୍ଷ୍ମଣପୁର, ରତନପୁର, ବାଗଲପୁର ଓ ମଲଖୋଜାପଲ୍ଲୀ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଲୋକମାନେ ଚଳପ୍ରଚଳ କରିପାରିବେ ନାହିଁ। ସେହିଭଳି କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରୁ କେହି ବାହାରକୁ ଯାଇପାରିବେ ନାହିଁ କି ବାହାରର କୌଣସି ଲୋକ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ବଫର ଜୋନ୍‌ ଭିତରେ ଆସୁଥିବା ଗାଁର ଲୋକମାନେ କେବଳ ଜରୁରୀ ସେବା ପାଇଁ ଚଳପ୍ରଚଳ କରିପାରିବେ।

ଉଭୟ କଣ୍ଟେନ୍‌ମେଣ୍ଟ୍ ଓ ବଫର ଜୋନ୍‌ ଭିତରେ ରହିଥିବା ଗାଁଗୁଡ଼ିକର ଲୋକମାନେ ଘର ଭିତରେ ରହିବେ। ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ସ୍ୱାସ୍ଥ୍ୟସେବା ଭଳି ଜରୁରୀ କାର୍ଯ୍ୟକୁ ଛତ୍ରପୁର ସବ୍‌-କଲେକ୍ଟରଙ୍କ ଅଧୀନରେ ଗଠନ ହୋଇଥିବା ବିଭିନ୍ନ ଟିମ୍‌ କରିବେ। ସେହିପରି ଏହି ସବୁ କଣ୍ଟେନ୍‌ମେଣ୍ଟ୍ ଓ ବଫର୍ ଜୋନ୍‌ ମଧ୍ୟରେ ଆସୁଥିବା ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/3cELMxO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages