ଅଗ୍ନିଶମ କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ଅଗ୍ନିଶମ କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧା ହେଲେ

ସାଲେପୁର (ମନୋଜ ଆଚାର୍ଯ୍ୟ): ଅଗ୍ନିଶମ କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହିତ ଆକ୍ରମଣ କରିବା ଅଭିଯୋଗରେ ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ନାଁ ଏସ୍.‌ କେ. ଇବ୍ରାହିମ୍‌। ତାଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଶୁକରପଡ଼ା ଗାଁରେ।

ଗତକାଲି ଇବ୍ରାହିମ୍‌ଙ୍କ ପରିତ୍ୟକ୍ତ ପାଇଖାନା ଟାଙ୍କିରେ ଏକ ଗାଈ ପଡ଼ି ଯାଇଥିଲା। ହେଲେ ଇବ୍ରାହିମ୍‌ ଗାଈଟିକୁ ଉଦ୍ଧାର କରିବା ପାଇଁ କୌଣସି ବ୍ୟବସ୍ଥା କରି ନଥିଲେ। ଏହାଦେଖି ଗାଁ ଲୋକେ ଶୁକରପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗର ୬ ଜଣ କର୍ମଚାରୀ ଆସି ଗାଈଟିକୁ ମୁମୂର୍ଷୁ ଅବସ୍ଥାରେ ଟାଙ୍କି ଭିତରୁ ବାହାର କରିଥିଲେ। ତେବେ ପାଇଖାନା ଟାଙ୍କି ଉପରେ କାହିଁକି ଢାଙ୍କୁଣୀ ଦେଉ ନାହାନ୍ତି ବୋଲି  ଅଗ୍ନିଶମ କର୍ମଚାରୀ ଇବ୍ରାହିମ୍‌ଙ୍କୁ କହିଥିଲେ। ଏହା ପରେ ସେ ଉତ୍ତ୍ୟକ୍ତ ହୋଇ ଅଗ୍ନିଶମ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ ବୋଲି ଅଭିଯୋଗ ହୋଇଛି।

ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଶ୍ଚିନ୍ତକୋଇଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଇବ୍ରାହିମ୍‌ଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ଇବ୍ରାହିମ୍‌ ଜାଣିଶୁଣି ଏଭଳି କରି ନାହାନ୍ତି ବୋଲି ତାଙ୍କ ପୁଅ କହିଛନ୍ତି। ଏହା ସହିତ ଇବ୍ରାହିମ୍‌ ଜଣେ ମାନସିକ ରୋଗୀ ବୋଲି ସେ କହିଛନ୍ତି।



from Odisha Reporter https://ift.tt/3cEq39n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages