ଆଶା ଦେଖାଇଲା ‘ହୁ’: ବର୍ଷ ସରିବା ପୂର୍ବରୁ ମିଳିବ କରୋନା ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ଆଶା ଦେଖାଇଲା ‘ହୁ’: ବର୍ଷ ସରିବା ପୂର୍ବରୁ ମିଳିବ କରୋନା ଟିକା

ଲଣ୍ଡନ: ମହାମାରୀ କରୋନାକୁ ପାଇଁ ସାରା ବିଶ୍ୱରେ ସ୍ଥିତି ଜଟିଳ ହୋଇଛି। ଏହାର ମୁକାବିଲା ପାଇଁ କେବେ ଟିକା କିମ୍ବା ଔଷଧ ବାହାରିବ ତା’କୁ ନେଇ ସସପେନ୍ସ ଲାଗି ରହିଛି। କିନ୍ତୁ ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଆଶ୍ୱସ୍ତ କରିବା ଭଳି ଖବର ଦେଇଛି।

ହୁ’ର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ ଆମର ଆଶା ଚଳିତ ବର୍ଷ ଶେଷ ହେବା ପୂର୍ବରୁ କରୋନାର ମୁକାବିଲା ପାଇଁ ଟିକା ବାହାରିବ। ଏଥିପାଇଁ ହୁ’ ଜୋରଦାର ପ୍ରୟାସ ଜାରି ରଖିଛି।

ଜେନେଭାରେ କରୋନା ସମ୍ପର୍କିତ ତଥ୍ୟ ଦେବାକୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପୂର୍ବରୁ ଅନେକ ଦେଶ ହାଇଡ୍ରୋକ୍ସି କ୍ଲୋରୋକୁଇନ କରୋନାକୁ କିଛିଟା ଅଂଶରେ ମାତ ଦେଇପାରୁଥିବା ଦାବି କରିଥିଲେ। ଏପରି କି କରୋନା ଔଷଧ ଭାବେ ଏହାର କ୍ଲିନିକାଲ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡ଼ିଛି ଯେ କୋଭିଡ-୧୯ ମୃତ୍ୟୁକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ପ୍ରତିହତ କରିପାରୁନାହିଁ।

ଟିକା ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ ବିଶ୍ୱରେ ୧୦ଟି ଟିକା ଉପରେ କାର୍ଯ୍ୟ କରାଯାଉଛି। ଏହି ୧୦ଟି ଟିକାର ପ୍ରାଥମିକ ପରୀକ୍ଷା ପରେ ଏହାକୁ ମଣିଷ ଶରୀରରେ ଟେଷ୍ଟିଂ କରାଯାଉଛି। ସେହିପରି ଏହା ମଧ୍ୟରୁ ୩ଟି ଟିକା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆମର ଆଶା ଓ ବିଶ୍ୱାସ ଯେ ଏହା ଶେଷ ପର୍ଯ୍ୟାୟରେ ବି ସଫଳ ହେବ। ସେହିପରି ବର୍ଷ ସରିବା ଆଗରୁ ଆମ ପାଖରେ ଟିକା ରହିଥିବ ବୋଲି ଆମେ ଆଶାବାଦୀ।



from Odisha Reporter https://ift.tt/3fAdlKH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages