ଚାଇନା ସହ ସଂଘର୍ଷରେ ଆହତ ହୋଇଥିଲେ ୭୬ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ଚାଇନା ସହ ସଂଘର୍ଷରେ ଆହତ ହୋଇଥିଲେ ୭୬ ଯବାନ

ନୂଆଦିଲ୍ଲୀ: ଚାଇନା ସହ ଲଦାଖର ଗଲୱାନ ଭ୍ୟାଲିରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ୭୬ ଜଣ ଆହତ ହୋଇଥିଲେ। ଏନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆହତ ଯବାନମାନଙ୍କୁ ସେନା ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି ଓ ଯବାନମାନେ ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ସେନା ସ୍ପଷ୍ଟ କରିଛି।

ଭାରତ ସହ ସଂଘର୍ଷରେ ଚାଇନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା କହୁହାଯାଉଥିଲେ ହେଁ ବେଜିଂ ତରଫରୁ ଏ ସଂକ୍ରାନ୍ତରେ କୌଣସି ବିବୃତି ଜାରି କରାଯାଇନାହିଁ। କିନ୍ତୁ ଭାରତ ପକ୍ଷରୁ ପ୍ରଥମେ ସହିଦଙ୍କ ତାଲିକା ପ୍ରକାଶ କରାଯାଇଥିଲା। ଏବେ ସଂଘର୍ଷରେ କେତେ ଜଣ ଆହତ ହୋଇଥିଲେ, ତା’ର ତଥ୍ୟ ମଧ୍ୟ ଦିଆଯାଇଛି।

ସେନା ପକ୍ଷରୁ କୁହାଯାଇଛି ଯେ ଚାଇନା ସହ ମାରପିଟ୍‌ ବେଳେ ଆହତ ହୋଇଥିବା ଯବାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଲେହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ସାମାନ୍ୟ ଗୁରୁତର ଥିଲା। ହେଲେ ଚିକିତ୍ସା ପରେ ସେମାନେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ସେମାନେ ସଂପୂର୍ଣ୍ଣ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେବେ। ସେହିପରି ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୫୬ ଜଣ ଯବାନ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେମାନେ ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟରେ ଯୋଗଦେଇ ପାରିବେ।

ସୋମବାର ଦିନ ରାତିରେ ଗଲୱାନ ଘାଟି ନିକଟରେ ଚାଇନା ନିର୍ମାଣ କରିଥିବା ଅସ୍ଥାୟୀ ଟେଣ୍ଟକୁ ହଟାଇବା ପାଇଁ କମାଣ୍ଡିଂ ଅଫିସର କର୍ଣ୍ଣେଲ ବି ସନ୍ତୋଷ ବାବୁ ଅଳ୍ପ ସଂଖ୍ୟକ ଭାରତୀୟ ଯବାନଙ୍କୁ ନେଇ ପିପି ୧୪ରେ ପହଞ୍ଚିଥିଲେ। ତେବେ ଚାଇନା ସେନା ପଛକୁ ଘୁଞ୍ଚିବା ପରବର୍ତ୍ତେ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଲୁହା ରଡ, କାଠ ଫାଳିଆ ଓ ପଥର ଦ୍ୱାରା ଦୁଇ ଦେଶର ସେନା ପରସ୍ପରକୁ ଆକ୍ରମଣ କରିଥିଲେ। ଦୀର୍ଘ ୪ ଘଣ୍ଟା ଧରି ଏଭଳି ମାରପିଟ ଚାଲିଥିବା ଖବର ମିଳିଛି।



from Odisha Reporter https://ift.tt/2YbOfvE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages