କାଠମାଣ୍ଡୁ: ଭାରତର ଜମିକୁ ବଳପୂର୍ବକ ଭାବେ ନେପାଳ ନକ୍ସାରେ ସାମିଲ୍ କରିଥିବା ନେପାଳର କେପି ଶର୍ମା ଓଲି ସରକାର ଏବେ ଅଡ଼ୁଆରେ। ଭାରତ ବିରୋଧୀ ମନ୍ତବ୍ୟ ଦେବା ଏବେ ମହଙ୍ଗା ପଡ଼ିଛି ଓଲିଙ୍କ ପାଇଁ। ତାଙ୍କୁ ପଦବୀରୁ ହଟାଇବା ପାଇଁ ଭାରତ ଛଡ଼ଯନ୍ତ୍ର କରୁଛି ବୋଲି କହିବା ପରେ ବିରୋଧୀ ଦଳ ଏବେ ଓଲୀଙ୍କୁ ଘେରିଛନ୍ତି। ବିରୋଧୀ କେପି ଶର୍ମାଙ୍କ ଇସ୍ତଫା ଦାବି କରିବା ପରେ ପ୍ରଧାନମନ୍ତ୍ରୀ ଓଲୀ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡାକିଛନ୍ତି।
ସୂଚନା ଅନୁଯାୟୀ ବିଳମ୍ୱିତ ରାତି ଯାଏ ନେପାଳରେ ଅବସ୍ଥାପିତ ନେପାଳ ଦୂତାବାସକୁ ଯାଇଥିଲେ କେପି ଶର୍ମା ଓଲି। ଦେଶରେ ଦେଖାଦେଇଥିବା ରାଜନୀତିକ ଅସ୍ଥିରତା ପାଇଁ ଚୀନ ସରକାରର ସହଯୋଗ ମାଗିଥିଲେ। ହେଲେ ଓଲିଙ୍କୁ କୌଣସି ସକରାତ୍ମକ ଆଶ୍ୱସନା ମିଳିନାହିଁ। ତେବେ ଦଳରେ ବିଦ୍ରୋହୀ ଗୋଷ୍ଠୀ ପାଇଁ ସରକାର ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଓଲି ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇପାରନ୍ତି। ଏବେ ପ୍ରଧାନମନ୍ତ୍ରୀ ଓଲି ଏବଂ କ୍ୟାବିନେଟ ମନ୍ତ୍ରୀ ବୈଠକ କରୁଥିବା ସୂଚନା ରହିଛି।
ଅନ୍ୟପଟେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦବୀରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଥିବା ମନ୍ତବ୍ୟ ଦେଇଥିଲେ କେପି ଓଲି। ଭାରତ ବିରୋଧୀ ଏହି ମନ୍ତବ୍ୟର ପ୍ରମାଣ ମାଗିଛନ୍ତି ବିରୋଧୀ। ଯାହାକି ଓଲିଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି।
The post ଅଡ଼ୁଆରେ ଓଲି ସରକାର, ହାତ ଛାଡ଼ିଲା ଚୀନ୍! appeared first on Odisha Reporter.
from Odisha Reporter https://ift.tt/3iiFfgw
No comments:
Post a Comment