ବୋଲେରୋ-କାର୍ ମୁହାଁମୁହିଁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 30, 2020

ବୋଲେରୋ-କାର୍ ମୁହାଁମୁହିଁ ଧକ୍କା

ସୋନପୁର(ରବିନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ତରେଇକେଲା ବୁଲାଣିରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକମାନେ ହେଲେ ଏସ୍.କେ ମାହିସିନ୍‌ ଜାମେଦର , ଅଲି ଆସଗର ଖାନ୍‌ ଓ ଏସ୍‌. କେ ନାଜରୁଲ୍‌ ଜାମଦର। ସମସ୍ତଙ୍କ ଘର ପଶ୍ଚିମବଙ୍ଗରେ। ସମସ୍ତେ ଟାଇଲ କରିଗର ବୋଲି ଜଣାପଡ଼ିଛି। ଗୁରୁତର ରତ୍ନାକର ପୁଟେଲ,ସାହେବ ହୁସେନ, ସୁଶିଳ ପ୍ରଧାନ ଓ ପ୍ରଦୀପ ଅଗ୍ରୱାଲଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗତକାଲି ସନ୍ଧ୍ୟା ସମୟରେ ଟାଇଲ କରିଗରମାନେ ବୋଲେରୋରେ ଝାରସୁଗୁଡ଼ାରୁ ବଲାଙ୍ଗିର ଅଭିମୁଖେ ଯାଉଥିଲେ। ତରେଇକେଲା ବୁଲାଣିରେ ଉଭୟ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।  ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

The post ବୋଲେରୋ-କାର୍ ମୁହାଁମୁହିଁ ଧକ୍କା appeared first on Odisha Reporter.



from Odisha Reporter https://ift.tt/3ihxBmh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages