ଚାଇନା ସହ ଲଢ଼େଇ ବେଳେ କୌଣସି ଆର୍ମି ଯବାନ ନିଖୋଜ ହୋଇନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ଚାଇନା ସହ ଲଢ଼େଇ ବେଳେ କୌଣସି ଆର୍ମି ଯବାନ ନିଖୋଜ ହୋଇନାହାନ୍ତି

ନୂଆଦିଲ୍ଲୀ: ଇଷ୍ଟର୍ଣ୍ଣ ଲଦାଖର ଗଲୱାନ ଭ୍ୟାଲିରେ ଚାଇନା ସହ ଘଟିଥିବା ରକ୍ତାକ୍ତ ସଂଘର୍ଷ ବେଳେ କିଛି ଭାରତୀୟ ଯବାନ ନିଖୋଜ ଥିବାର ଖବରକୁ ସେନା ପକ୍ଷରୁ ଖଣ୍ଡନ କରାଯାଇଛି।

ଗଲୱାନ ଭ୍ୟାଲିରେ କୌଣସି ବି ଭାରତୀୟ ଯବାନ ନିଖୋଜ ହୋଇନାହାନ୍ତି ଓ ସମସ୍ତଙ୍କ ଖବର ସେନା ପାଖରେ ରଖିଛି। ସଂଘର୍ଷ ବେଳେ ୧୦ ଜଣ ଭାରତୀୟ ଯବାନଙ୍କୁ ଚାଇନାର ପିଏଲଏ ପଣବନ୍ଦୀ କରି ରଖିଥିବା ଖବର ପ୍ରକାଶ ପାଇଥିଲା। ତେବେ ସେନା ପକ୍ଷରୁ ବେଶ ସଂକ୍ଷିପ୍ତ ବିବୃତି ଜାରି କରି ଏହାକୁ ଖଣ୍ଡନ କରାଯାଇଛି।

ଲେହରେ ଥିବା ୩ ଇନଫାଣ୍ଟରୀ ଡିଭିଜନ କମାଣ୍ଡର ମେଜର ଜେନେରାଲ ଅଭିଜିତ ବାପତ ଓ ତାଙ୍କ ଚାଇନା ପ୍ରତିପକ୍ଷ ଗଲୱାନ ଭ୍ୟାଲିର ପ୍ୟାଟ୍ରୋଲିଂ ପଏଣ୍ଟ ୧୪ ନିକଟରେ ପୁଣିଥରେ ବୈଠକ କରିବା ପରେ ସେନା ପକ୍ଷରୁ କୌଣସି ଭାରତୀୟ ଯବାନ ନିଖୋଜ ହୋଇ ନଥିବା କୁହାଯାଇଛି।



from Odisha Reporter https://ift.tt/2NbOZdW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages