ଆଜି ହେବ ଶେଷକୃତ୍ୟ: ପଞ୍ଚଭୂତରେ ଲୀନ ହେବେ ୨ ସହୀଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ଆଜି ହେବ ଶେଷକୃତ୍ୟ: ପଞ୍ଚଭୂତରେ ଲୀନ ହେବେ ୨ ସହୀଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର‌‌‍): ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଶତ୍ରୁ ସହ ଲଢ଼ି ଦେଶ ପାଇଁ ସହିଦ ହୋଇଥିବା ୨ ବୀର ଓଡ଼ିଆଙ୍କର ଆଜି ନିଜ ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ ହେବ।

କନ୍ଧମାଳ ଜିଲ୍ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମର ଶରୀର ପୈତୃକ ଗାଁରେ ପହଞ୍ଚି ସାରିଥିବା ବେଳେ ଆଜି ଶେଷକୃତ୍ୟ ହେବ । ଚନ୍ଦ୍ରକାନ୍ତଙ୍କ ମରଶରୀର ରାଇକିଆ ମହୋତ୍ସବ ପଡ଼ିଆରେ ପହଞ୍ଚିଛି । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ। ପରେ ତାଙ୍କ ମର ଶରୀର ବିଅରପାଙ୍ଗା ଗାଁକୁ ନିଆଯାଇ ଶେଷକୃତ୍ୟ କରାଯିବ । ମହୋତ୍ସବ ପଡ଼ିଆରେ କୃଷିମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉପସ୍ଥିତ ଅଛନ୍ତି ।

ସେହିପରି ସହିଦ ନୁଦୁରାମ ସୋରେନଙ୍କୁ ମୟୂରଭଞ୍ଜ ରାଇରଙ୍ଗପୁରସ୍ଥିତ ବଡ଼ଚମ୍ପାଉଦା ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ବିଦାୟ ଦିଆଯିବ। ଗତକାଲି ବିଳମ୍ବିତ ରାତିରେ ସହିଦ ନୁଦୁରାମଙ୍କ ମରଶରୀର ରାଇରଙ୍ଗପୁରରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ରାଇରଙ୍ଗପୁର ଇଚିଣ୍ଡାସ୍ଥିତ ସହିଦଙ୍କ ନୂତନ ନିର୍ମିତ ବାସଭବନରେ ତାଙ୍କ ମରଶରୀର ରଖାଯାଇଥିଲା। ସେଠାରୁ ସକାଳେ ଏକ ଶୋଭାଯାତ୍ରାରେ ପାର୍ଥୀବ ଶରୀରକୁ ସହର ପରିକ୍ରମା କରାଯିବା ପରେ ତାଙ୍କ ଗାଁ ବଡ଼ ଚମ୍ପାଉଦରକୁ ନିଆଯାଇଛି। ସେଠାରୁ ସହିଦଙ୍କ ମରଶରୀରକୁ ବଡ଼ଚମ୍ପାଉଦର ଖେଳ ପଡ଼ିଆକୁ ନିଆଯିବ। ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ ଓ ପରେ ଶବଦାହ କରାଯିବ।

ଉଲ୍ଲେଖଯୋଗ୍ୟ, ଗୁରୁବାର ଅପରାହ୍ନରେ ଉଭୟ ସହିଦଙ୍କ ମୃତଦେହ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ୩ ସେନାର ପ୍ରମୁଖ ଅଧିକାରୀ, ବରିଷ୍ଠ ନେତା ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ବିମାନ ବନ୍ଦର ପରିସରରେ ଉଭୟଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏହାପରେ ଉଭୟଙ୍କ ମରଶରୀରକୁ ୧୨୦ ବାଟାଲିୟନକୁ ନିଆଯାଇଥିଲା। ସେଠାରେ ଶେଷ ସମ୍ମାନ ଜଣାଇବା ପରେ ଉଭୟଙ୍କ ମରଶରୀର  ସେମାନଙ୍କ ଜନ୍ମ ମାଟି ଅଭିମୁଖେ ବାହାରିଥିଲା।



from Odisha Reporter https://ift.tt/3egHQ8f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages