ଏଏପିଆଇ ବୈଠକରେ ଡାକ୍ତରଙ୍କୁ ସମ୍ୱୋଧିତ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ଏଏପିଆଇ ବୈଠକରେ ଡାକ୍ତରଙ୍କୁ ସମ୍ୱୋଧିତ କଲେ ପ୍ରଧାନମନ୍ତ୍ରୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଦିଗରେ ପ୍ରଥମ ପର୍ଯ୍ୟାୟରେ ଲାଗୁ କରାଯାଇଥିବା ଲକଡାଉନ ସଫଳ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି କୋଭିଡ୍-19 ସହ ଭାରତର ଯୁଦ୍ଧରେ ଭାରତୀୟମାନେ ଲଢ଼ିଛନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକା ଆସୋସିଏସନ ଅଫ୍ ଫିଜିସିଆନ (ଏଏପିଆଇ) ବୈଠକରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ଶନିବାର ଆୟୋଜିତ ଏଏପିଆଇ ବୈଠକରେ ଅନଲାଇନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେଇଥିଲେ। ଆମେରିକାରେ ଥିବା 80 ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ଏଏପିଆଇ ପ୍ରତିନିଧିତ୍ୱ କରିଥାଏ। ଇତିହାସରେ ପ୍ରଥମ ଥର ପାଇଁ ଏଏପିଆଇର ବାର୍ଷିକ ବୈଠକକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍-19 ସଙ୍କଟକୁ ଭାରତୀୟଙ୍କୁ ଆତ୍ମନିର୍ଭର କରାଇବା ଦିଗରେ ସୁଯୋଗ ଭଳି ଉପଯୋଗ କରାଯାଇଛି। ଭାରତ କରୋନା ଭୂତାଣୁ ବିରୁଦ୍ଧରେ ଅନ୍ୟମାନଙ୍କ ଅପେକ୍ଷା ଭଲ ଉପାୟରେ ଲଢ଼େଇ କରୁଛି। ଆମେରିକା, ସ୍ପେନ, ଇଟାଲୀ ଓ ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ଜନିତ ମୃତ୍ୟୁ ହାର କମ ରହିଛି। ଉତ୍ତର ପ୍ରଦେଶ କରୋନା ଭୂତାଣୁ ଲଢ଼େଇରେ ଉଲ୍ଲେଖନୀୟ ସଫଳତା ପାଉଛି। ସେହିପରି ଅନ୍ୟ ବହୁ ରାଜ୍ୟ ମଧ୍ୟ ସେହି ପଥରେ କାମ କରୁଛି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦେଶରେ କରୋନା ମୁକାବିଲା ଲାଗି ଜନତାଙ୍କ ସମର୍ଥନକୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଅଧିକାଂଶ ଗ୍ରାମ୍ୟାଞ୍ଚଳରେ ମହାମାରୀ ଏବେ ବି ପହଞ୍ଚି ପାରିନାହିଁ। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ, ଯେଉଁଠାରେ ସାମାଜିକ ମିଳାମିଶା ଦିନଚର୍ଯ୍ୟାରେ ରହିଥାଏ। ଯେଉଁଠି ବଡ଼ ବଡ଼ ଧାର୍ମିକ ଏବଂ ରାଜନୈତିକ ଆୟୋଜନ ନିୟମିତ ଭାବେ ହେଉଥାଏ ଏବଂ ବଡ଼ ସଂଖ୍ୟକ ଅନ୍ତଃରାଜ୍ୟ ପ୍ରବାସ ହୋଇଥାଏ। ଏଭଳି ଦେଶରେ ବିନା ଜନ ସମର୍ଥନରେ ସଫଳତା ମିଳିବା ଅସମ୍ଭବ ଥିଲା ବୋଲି ସେ କହିଛନ୍ତି।

ମୋଦି ପୁଣି କହିଛନ୍ତି, ଉଚିତ୍ ସମୟରେ ଲକଡାଉନ ଘୋଷଣା କରି ଭାରତ ନିଜ ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନ ରକ୍ଷା କରିପାରିଛି। କୋଭିଡ୍-19 ସଙ୍କଟକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସୁଧାରିବା ଲାଗି ଏକ ସୁଯୋଗ ଭାବେ ଉପଯୋଗ କରିଛି।

ଅନ୍ୟପଟେ ଭାରତର ରାଜଦୂତ ତରଣଜୀତ ସିଂହ ସନ୍ଧୁ ମଧ୍ୟ ଏହି ଅବସରରେ କହିଛନ୍ତି ଯେ, ଠିକ୍ ସମୟରେ ଲକଡାଉନ ଲାଗୁ କରାଯିବାରୁ ଘାତକ ଭୂତାଣୁ ସଂକ୍ରମଣରୁ ଅନେକେ ରକ୍ଷା ପାଇଗଲେ। କୋଭିଡ୍-19 ସଙ୍କଟ କାଳରେ ଭାରତୀୟ-ଆମେରିକା ଡାକ୍ତରମାନଙ୍କ ଯୋଗଦାନକୁ ସନ୍ଧୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ସାହାଯ୍ୟ କରିବାକୁ ଆଗେଇ ଆସିଲେ। ଆମେରିକାରେ ମଧ୍ୟ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ଯୋଗଦାନକୁ ଖୁବ୍ ପ୍ରଶଂସା କରାଯାଇଛି।

The post ଏଏପିଆଇ ବୈଠକରେ ଡାକ୍ତରଙ୍କୁ ସମ୍ୱୋଧିତ କଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2Bh2kzm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages