ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ କାଳିଆପୋଷ ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଏତୁଆ ମୁଣ୍ଡାରୀ। ଅଭିଯୁକ୍ତଦ୍ୱୟଙ୍କ ବୟସ ୩୫ ଓ ୧୯ ବୋଲି ଜଣାପଡ଼ିଛି।
ପୁଲିସ୍ର ପ୍ରାଥମିକ ତଦନ୍ତ ଅନୁସାରେ, ଏତୁଆ ପ୍ରତିଦିନ ମଦ ପିଇ ଆସି ମାଆ ଓ ଝିଅଙ୍କୁ ମାର୍ପିଟ୍ କରୁଥିଲେ। ଗତକାଲି ବି ସେମିତି ହୋଇଥିଲା। ଏତୁଆ ଭୋରରେ ମାଆ, ଝିଅ ଶୋଇଥିବା ବେଳେ ସେମାନଙ୍କୁ ଉଠାଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ଏହାପରେ ମା’-ଝିଅ ମିଶି କାଠ ଫାଳିଆରେ ଏବଂ ବାଡ଼ିରେ ପିଟିପିଟି ଏତୁଆଙ୍କୁ ମାରି ଦେଇଥିଲେ।
ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାଆ, ଝିଅ ହତ୍ୟା କରିଥିବା ନେଇ ପୁଲିସ୍ ନିକଟରେ ସ୍ୱୀକାର କରିଥିଲେ। ଏହାପରେ ଆଜି ସକାଳେ ଉଭୟଙ୍କୁ ପୁଲିସ୍ ଗିରଫ କରିଛି।
The post ଝିଅ ସହ ମିଶି ସ୍ୱାମୀକୁ ପିଟିପିଟି ମାରିଦେଲେ appeared first on Odisha Reporter.
from Odisha Reporter https://ift.tt/2VpPlC6
No comments:
Post a Comment