କରୋନା ନେଲା ଆଉ ଜଣେ ବିଧାୟକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

କରୋନା ନେଲା ଆଉ ଜଣେ ବିଧାୟକଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକ ତମୋନାଶ ଘୋଷଙ୍କ ଜୀବନ ନେଇଛି ମହାମାରୀ କରୋନା। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଫଳଟାରୁ ୩ଥର ବିଧାୟକ ହୋଇଥିବା ଶ୍ରୀ ଘୋଷ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ସେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି ଶ୍ରୀ ଘୋଷଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଅତ୍ୟନ୍ତ ଦୁଃଖଦାୟ। ୩ ଥରର ବିଧାୟକ ଓ ୧୯୯୮ରୁ ଦଳର କୋଷାଧ୍ୟକ୍ଷ ଥିବା ତମୋନାଶ ଘୋଷ ଏବେ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ସେ ଆମ ସହ ଦୀର୍ଘ ୩୫ ବର୍ଷ ହେଲା ରହିଥିଲେ।

ସେ ଦଳ ଓ ଲୋକଙ୍କ ପାଇଁ ଅନେକ କିଛି କରିଛନ୍ତି। ସାମାଜିକ କାର୍ଯ୍ୟକ୍ରମ ଜରିଆରେ ସେ ଅନେକ କିଛି ଯୋଗଦାନ କରିଥିଲେ। ତାଙ୍କ ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ। ଏହା ଆମ ପାଇଁ ଏକ ଅପୂରଣୀୟ କ୍ଷତି।”

ଏହାପୂର୍ବରୁ ତାମିଲନାଡୁର ଡିଏମକେ ବିଧାୟକ ଜେ ଅନବାଜହାଗନ ବି କରୋନା ଯୋଗୁ ପ୍ରାଣ ହରାଇଥିଲେ।

The post କରୋନା ନେଲା ଆଉ ଜଣେ ବିଧାୟକଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/2CtbE3g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages