ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ବିବାଦ ଜାରି ରହିଛି। ଏହାରି ଭିତରେ ପାକିସ୍ତାନ ଗିଲିଗିଟ-ବାଲ୍ଟିସ୍ତାନରେ ଥିବା ଏଲଓସିରେ ସେନାର ଦୁଇଟି ଡିଭିଜନ ମୁତୟନ କରିଛି। ଏଲଓସି ପାଖରେ ପାକିସ୍ତାନ ସେନା ପାଖାପାଖି ୨୦ ହଜାର ସେନା ମୁତୟନ କରିଛି। ଭାରତ ଉପରେ ଚାପ ପକାଇବା ପାଇଁ ପାକିସ୍ତାନ ଏଭଳି ପ୍ରୟାସ କରୁଛି ବୋଲି କୁହାଯାଉଛି। ତେବେ ଚୀନ୍ ଇସାରାରେ ପାକିସ୍ତାନ ଏଭଳି କରୁଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ, ଚୀନ୍ ଏବେ ଜମ୍ମୁ କଶ୍ମୀରରେ ହିଂସା କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଏଥିପାଇଁ ଚୀନ୍ ପାକିସ୍ତାନ ସହିତ ହାତ ମିଳାଇଛି। କଶ୍ମୀରରେ ଥିବା ଆତଙ୍କୀ ଗୋଷ୍ଠୀଙ୍କ ଦ୍ୱାରା ଚୀନ୍ ପାକିସ୍ତାନ ମାଧ୍ୟମରେ ହିଂସା କରିବା ପାଇଁ ଯୋଜନା କରୁଥିବା ସୂଚନା ରହିଛି। ଏଥିପାଇଁ ଭାରତ ପକ୍ଷରୁ ବିପଦ ଆଶଙ୍କା ଦେଖି ପାକିସ୍ତାନ ସୀମାରେ ୨୦ ହଜାର ସେନା ମୁତୟନ କରିଥିବା ସୂଚନା ରହିଛି।
ଗତବର୍ଷ ଭାରତ ପାକିସ୍ତାନର ବାଲାକୋଟରେ ଆକ୍ରମଣ କରିଥିଲା। ସେହି ସମୟରେ ପାକିସ୍ତାନ ମୁତୟନ କରିଥିବା ସେନାଠୁ ଢେ଼ର ଅଧିକ ବୋଲି ଜଣାପଡ଼ିଛି। ସେହିପରି ପାକିସ୍ତାନର ଏୟାର ଡିଫେନ୍ସ ରାଡାର ସିଷ୍ଟମ ମଧ୍ୟ ୨୪ ଘଣ୍ଟା ସୀମା ଉପରେ ନଜର ରଖିଛି।
ଅନ୍ୟପଟେ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ ଭାରତ ଏବଂ ଚୀନ ସହିତ ବିବାଦ ବଢ଼ିବା ପରେ ଚୀନ୍ ଏବେ ଭାୟା ପାକିସ୍ତାନ ଭାରତର କ୍ଷତି ପହଞ୍ଚାଇବାକୁ ଚାହୁଁଛି। ଏହାଦ୍ୱାରା ଚୀନ ଅନ୍ୟ ଦେଶ ନଜରରେ ନିଜର ଛବିକୁ ପରିସ୍କାର ରଖିବ। ପାକିସ୍ତାନ ନିନ୍ଦିତ ହେଲେ ମଧ୍ୟ ଚୀନ୍ ସମସ୍ତ ପ୍ରକାର ସହଯୋଗ କରିବ। ନିକଟରେ ପାକିସ୍ତାନ ଏବଂ ଚୀନ ମଧ୍ୟରେ ଅନେକ ଭରଚୁଆଲ ବୈଠକ ହୋଇଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଆର୍ଥିକ ସ୍ଥିତି ଖରାପ ହୋଇଥିବାରୁ ଏବେ ପାକିସ୍ତାନ ଚୀନ୍ ପାଖରେ ହାତ ପକାଇଛି।
The post ଚୀନର ନୂଆ ଷଡ଼ଯନ୍ତ୍ର, ପାକିସ୍ତାନ ସାଜିଲା ମାଧ୍ୟମ appeared first on Odisha Reporter.
from Odisha Reporter https://ift.tt/2CUwVTL
No comments:
Post a Comment