ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 30, 2020

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ କଟକଣା ସହିତ ସମ୍ପନ୍ନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାବାସୀଙ୍କ ଦୀର୍ଘାୟୁ କାମନା କରି ଓଡ଼ିଶା କିପରି କରୋନାରୁ ମୁକ୍ତ ହୋଇପାରିବ, ଏଥିପାଇଁ ରାନୀ ଗତକାଲି ତାଙ୍କ ସାମନ୍ତରାପୁର ଘରେ ଏକ ଯଜ୍ଞର ଆୟୋଜନ କରିଥିଲେ।

ଏହି ଯଜ୍ଞରେ ସେ ଅଖଣ୍ଡ ଦୀପ ଦାନ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରି ହୋମ ମଧ୍ୟ କରିଥିଲେ। ରାନୀ ନିଜେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଯଜ୍ଞ କରିବା କଥା ସୂଚନା ଦେଇଥିଲେ।

ଯଜ୍ଞ କରିବା ନେଇ ରାନୀ କହିଛନ୍ତି, ‘ସମସ୍ତ ଓଡ଼ିଶାବାସୀଙ୍କୁ ମୁଁ ପ୍ରଣାମ ଜଣାଉଛି। କରୋନା କଟକଣା ସହିତ ରଥଯାତ୍ରା କରିବା ପାଇଁ ନବୀନ ପଟ୍ଟନାୟକ ଓ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଓଡ଼ିଶାବାସୀଙ୍କ ମଙ୍ଗଳ କାମନା ଓ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ମୁଁ ଏହି ଯଜ୍ଞର ଆୟୋଜନ କରିଛି। ଓଡ଼ିଶାବାସୀଙ୍କୁ କରୋନା ଦାଉରୁ ମୁକ୍ତି କରିବା ପାଇଁ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରିଛି। ପୁରୀ ବଡ଼ଦାଣ୍ଡରେ ଏହି ଯଜ୍ଞ କରିବାର ଆୟୋଜନ ଥିଲା କିନ୍ତୁ ଏସବୁ ସମ୍ଭବ ନହେବାରୁ ଘରେ ଯଜ୍ଞର ଆୟୋଜନ କରିଛି। ’

ସୂଚନାଯୋଗ୍ୟ, ନିକଟରେ ରାନୀ ପଣ୍ଡା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିଥିଲେ।

The post ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା appeared first on Odisha Reporter.



from Odisha Reporter https://ift.tt/3ii07Ev

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages