ବାଲୁକା କଳାରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଦେଲେ ସୁଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ବାଲୁକା କଳାରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଦେଲେ ସୁଦର୍ଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସମୟରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ବହୁ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ବିଶେଷ କରି ବାହାର ରାଜ୍ୟରେ ଫସି ରହିଥିବା ଅନେକ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକଙ୍କୁ ସେ ଓଡ଼ିଶା ଫେରାଇ ଆଣିଛନ୍ତି। ସୋଶାଲ୍ ମିଡିଆରେ ଆକ୍ଟିଭ ରହି ଘରେ କଣ୍ଟ୍ରୋଲ୍ ରୁମ୍ ଖୋଲି ଏକ ଟିମ୍‌ ସହାୟତାରେ ସେ ଏସବୁ କାର୍ଯ୍ୟ କରିଛନ୍ତି।

ରାଜସ୍ଥାନରେ ଫସିଥିବା କିଛି ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ସେ ନିଜ ଖର୍ଚ୍ଚରେ ଏଠାରୁ ବସ୍ ପଠାଇଥିଲେ। ସେହିପରି ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶ ଆଦି ସ୍ଥାନରୁ ସେ ବସ୍ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ବସ୍‌ର ବ୍ୟବସ୍ଥା କରିଥିଲେ। ଜଣେ ମହିଳା ଓ ତାଙ୍କ ଛୋଟ ପୁଅକୁ ଗୁଣ୍ଟୁରରୁ ଓଡ଼ିଶା ଆଣିବା ପାଇଁ ସବ୍ୟସାଚୀ କାର୍ ପଠାଇଥିଲେ। ବେଙ୍ଗାଲୁରୁରୁ ଏକ ଅସହାୟ ପରିବାରକୁ ସେ ବିମାନଯୋଗେ ଓଡ଼ିଶା ଫେରାଇ ଆଣିଥିଲେ। ସେହିପରି ମୁମ୍ବାଇରୁ ଫେରିବା ପରେ ଭୁବନେଶ୍ୱରରେ ଲୁଟ୍‌ର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ ସେ ଆବଶ୍ୟକ ସହଯୋଗ କରିଥିଲେ। କେବଳ ସେତିକି ନୁହେଁ, ଜଣେ କ୍ୟାନସର ପୀଡ଼ିତ ମହିଳାଙ୍କୁ ଗଞ୍ଜାମରୁ ଭୁବନେଶ୍ୱର ଆଣିବାରେ ସେ ସହାୟତା କରିଥିଲେ।


ଲକ୍‌ଡାଉନ୍ ସମୟରେ ସବ୍ୟସାଚୀଙ୍କ ଏଭଳି କାର୍ଯ୍ୟର ଲମ୍ବା ତାଲିକା ରହିଛି। ବିପଦ ବେଳେ ଲୋକଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ତେବେ ତାଙ୍କୁ ନିଆରା ଢଙ୍ଗରେ ପ୍ରଶଂସା କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ସବ୍ୟସାଚୀଙ୍କୁ ଧନ୍ୟବାଦ ଦେଇଛନ୍ତି।


ସୁଦର୍ଶନଙ୍କ ଠାରୁ ଏଭଳି ସମ୍ମାନ ପାଇ ସବ୍ୟସାଚୀ ମଧ୍ୟ ଖୁବ୍ ଖୁସି ହୋଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହା ତାଙ୍କ ଜୀବନର ଅନ୍ୟତମ ଶ୍ରେଷ୍ଠ ପୁରସ୍କାର ହୋଇରହିବ। ଏହା ତାଙ୍କୁ ପ୍ରେରଣା ଦେବ। ଏହା ବ୍ୟତୀତ ସୁଦର୍ଶନ ପଟ୍ଟନାୟକ ସବୁବେଳେ ଭଲ କାମକୁ ଉତ୍ସାହିତ କରନ୍ତି ବୋଲି ସବ୍ୟସାଚୀ ଲେଖିଛନ୍ତି।


ସୂଚନାଯୋଗ୍ୟ, ଏପ୍ରିଲ୍ ୧୬ ତାରିଖରେ ଏକ ଟ୍ୱିଟ୍ କରି ସବ୍ୟସାଚୀ ଲେଖିଥିଲେ ଯେ ପୂର୍ବରୁ ସେ ସୋଶାଲ୍ ମିଡିଆକୁ କେବଳ ନିଜ ଫିଲ୍ମ ଗୁଡ଼ିକର ପ୍ରମୋସନ୍‌ ପାଇଁ ବ୍ୟବହାର କରୁଥିଲେ। କିନ୍ତୁ ଏବେ ଏହାର ସଠିକ୍ ବ୍ୟବହାର କରୁଛନ୍ତି।



from Odisha Reporter https://ift.tt/2XTKxqx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages