୧ ପ୍ରତିଶତରୁ ବି କମ୍ ଲୋକ କରୋନା ସଂକ୍ରମିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 12, 2020

୧ ପ୍ରତିଶତରୁ ବି କମ୍ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ୧ ପ୍ରତିଶତରୁ କମ୍ ଲୋକ ହେଉଛନ୍ତି କୋଭିଡ୍-୧୯ ଆକ୍ରାନ୍ତ। ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ କରାଯାଇଥିବା ସେରୋ-ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏଣୁ ଦେଶରେ ଏଯାବତ କମ୍ୟୁନିଟି ସଂକ୍ରମଣ ହୋଇନାହିଁ ବୋଲି ସରକାର ଦୃଢ଼ୋକ୍ତି ରଖିଛନ୍ତି।

ଆଇସିଏମଆର୍ ପ୍ରଥମ ଭାଗରେ ୮୩ଟି ଜିଲ୍ଲାରେ ସେରୋ-ସର୍ଭେ (କୋଭିଡ୍-୧୯ ଆଣ୍ଟିବଡି ପରୀକ୍ଷଣ ପାଇଁ ରକ୍ତ ନମୁନା ପରୀକ୍ଷା) ହୋଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଜନସଂଖ୍ୟାର କେବଳ ୦.୭୩ ପ୍ରତିଶତ କୋଭିଡ୍-୧୯ ଆକ୍ରାନ୍ତ। ଏଣୁ କରୋନା ଭୂତାଣୁ ପ୍ରାଦୁର୍ଭାବର ଆକଳନକୁ ଦେଖି ସରକାର ଦେଶରେ ବର୍ତ୍ତମାନ ସୁଦ୍ଧା କମ୍ୟୁନିଟି ସଂକ୍ରମଣ ହୋଇନାହିଁ ବୋଲି ଦୃଢ଼ୋକ୍ତି ଦେଉଛନ୍ତି। ଯଦିଓ କେବଳ କଣ୍ଟେନମେଣ୍ଟ ଜୋନ୍ ଏବଂ ହଟସ୍ପଟଗୁଡ଼ିକରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ଦେଖିବାକୁ ମିଳିଛି।

ଆଇସିଏମଆର୍ ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ ଏନେଇ ଗୁରୁବାର ସୂଚନା ଦେଇଛନ୍ତି। ଗତ ମାସରେ ଆଇସିଏମଆର ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଏନସିଡିସି ଏବଂ ଭାରତସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ କୋଭିଡ୍-୧୯ ପାଇଁ ସେରୋ-ସର୍ଭେ କରାଯାଇଥିଲା। ଏଥିରେ ୮୩ ଜିଲ୍ଲାର ୨୮,୫୯୫ଟି ପରିବାର ଓ ୨୬,୪୦୦ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷଣ କରାଯଆଇଥିଲା।

ତେବେ ଦୁଇଟି ଭାଗରେ କରାଯାଇଥିବା ଏହି ସର୍ଭେର ପ୍ରଥମ ଭାଗରେ SARS-CoV-2 ଜନସଂଖ୍ୟାର କେତେ ଭାଗକୁ ସଂକ୍ରମିତ କରିଛି ଅନୁଧ୍ୟାନ କରାଯାଇଥିଲା। ସେହିଭଳି ୨ୟ ଭାଗରେ ଦିଲ୍ଲୀ, ଅହମଦାବାଦ, ମୁମ୍ବାଇ ଭଳି କଣ୍ଟେଣ୍ଟମେଣ୍ଟ ଜୋନ୍ ଓ ହଟସ୍ପଟ୍ ଅଞ୍ଚଳଗୁଡ଼ିକରେ କେତେ ଭାଗ ସଂକ୍ରମଣ ବ୍ୟାପିଛି ତାହା ଅନୁଧ୍ୟାନ କରାଯାଇଥିଲା।

ଏହି ସର୍ଭେ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ଗୁରୁବାର ଏପ୍ରିଲ ୩୦ ସୁଦ୍ଧା ପରିସ୍ଥିତିକୁ ନେଇ ତଥ୍ୟ ପ୍ରଦାନ କରାଯାଇଛି। ତେବେ ଏପ୍ରିଲ ସୁଦ୍ଧା ତଥ୍ୟ ସଂଗ୍ରହ କରି ମେ’ ମାସରେ ଏହି ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଲକଡାଉନ ସଂକ୍ରମଣକୁ ଅଧିକ ବ୍ୟାପିବାରୁ ରୋକିଛି। ଗ୍ରାମାଞ୍ଚଳସ ଅପେକ୍ଷା ସହରାଞ୍ଚଳରେ ସଂକ୍ରମଣ ହାର ୧.୦୯ ଗୁଣ ଅଧିକ ହୋଇଥିବା ସହର ବସ୍ତି ଅଞ୍ଚଳରେ ଏହା ୧.୮୯ ଗୁଣ ଅଧିକ ରହିଛି। ତେବେ ସଂକ୍ରମଣ ଯୋଗୁ ମୃତ୍ୟୁ ହାର ମାତ୍ର ୦.୦୮ ଭାଗ ରହିଛି।

ଅପରପକ୍ଷରେ ସରକାର ଚେତାଇ ଦେଇ କହିଛନ୍ତି ଯେ, ଏକ ସୀମିତ ସଂକ୍ରମଣ ଅର୍ଥାତ ଜନସଂଖ୍ୟାର ଏକ ବୃହତ ଭାଗ ଏବେ ବି ସନ୍ଦୀଗ୍ଧ। ଏବେ ଆତ୍ମସନ୍ତୋଷ କରିବାର ସମୟ ନାହିଁ। କେହି ଅବହେଳା କରିବା ଉଚିତ ନୁହେଁ। ରାଜ୍ୟଗୁଡ଼ିକ ମଧ୍ୟ ଟ୍ରେସିଂ, ଟେଷ୍ଟିଂ ଆଉ କଣ୍ଟେନମେଣ୍ଟ ରଣନୀତି ଜାରି ରଖିବା ଉଚିତ୍। ସମସ୍ତେ ନିଜ ସୁରକ୍ଷା କବଚଗୁଡ଼ିକୁ ଗୁରୁତ୍ୱର ସହ ନେବା ଉଚିତ୍। ନିର୍ଦ୍ଦେଶାବଳୀଗୁଡ଼ିକୁ ଆହୁରି କଡ଼ାକଡ଼ି ଭାବେ ପାଳନ କରିବା ଉଚିତ୍ ବୋଲି କୁହାଯାଇଛି।



from Odisha Reporter https://ift.tt/37nR5kc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages