ମୁମ୍ବାଇ: ଗୋଟେପଟେ କରୋନା ସଂକଟ ଅନ୍ୟପଟେ ଗଲୱାନ୍ ଘାଟିରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ। ଚୀନ୍ର ଏହି ଉନ୍ମତ କାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ଅଭିନେତ୍ରୀ ରିଚ୍ଚା ଚଢ଼ା ସୋଶାଲ୍ ମିଡିଆରେ ଚୀନ୍ ବିରୁଦ୍ଧରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଚୀନ୍ର ଏହି କାଣ୍ଡକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବଡ଼ ବଡ଼ ନେତାମାନେ ଏ ପ୍ରସଙ୍ଗରେ କାହିଁକି ମୁହଁ ଖୋଲୁ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି।
एक देश पूरे दुनिया में दर्दनाक बीमारी फैलाता है, लाखों जाने जाती है, पूरे विश्व की अर्थव्यवस्था तोड़ देता है, रातों रात कई European कम्पनीज़ के शेयर ख़रीदता है, बीमारी की आड़ में होंगकोंग,वीयट्नाम,जापान के साथ भी बदलूकी करता है, फिर हमारे निहत्थे सेनिको को मार देता है गलवान में..
— TheRichaChadha (@RichaChadha) June 20, 2020
ରିଚା ଟ୍ୱିଟ୍ କରି ଚୀନ୍ର ଷଡ଼ଯନ୍ତ୍ର ଉପରେ ପ୍ରଶ୍ନ କରିଛନ୍ତି ଓ ତା ବିରୁଦ୍ଧରେ ବିଶ୍ୱର ବଡ଼ ବଡ଼ ନେତାମାନଙ୍କ ନିରବତା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ‘ଏକ ଦେଶ ସମଗ୍ର ବିଶ୍ୱରେ ପ୍ରାଣଘାତି ରୋଗ ବିସ୍ତାର କରୁଛି, ଲକ୍ଷ ଲକ୍ଷ ଜୀବନ ଯାଉଛି, ସମଗ୍ର ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଛି, ରାତାରାତି ଅନେକ ୟୁରୋପୀୟ କମ୍ପାନୀର ଶେଆର୍ କିଣି ନେଉଛି, ଗାଲୱାନରେ ଆମର ସୈନିକମାନଙ୍କୁ ହତ୍ୟା କରୁଛି ଓ ଆମକୁ ଦ୍ୱିତୀୟ ଥର ପାଇଁ ସୀମାରେ ଯୁଦ୍ଧ କରିବାକୁ ବାଧ୍ୟ କରୁଛୁ। ହେଲେ ସମଗ୍ର ବିଶ୍ୱ କିଛି କହୁ ନାହିଁ? ଲୋକମାନେ କାହିଁକି ଏହି ଦେଶକୁ ଭୟ କରୁଛନ୍ତି? କାହିଁକି ବାକି ସମସ୍ତ ଦେଶ ଏକାଠି କିଛି କରୁ ନାହାନ୍ତି! ସମଗ୍ର ବିଶ୍ୱର ନେତାମାନେ କ’ଣ ଡରୁଆ କି? ମୋର ଅଜା ସ୍ୱାଧୀନତା ସଂଗ୍ରାମରେ ଏବଂ ୧୯୬୨ ମସିହାରେ ଲଢ଼ିଥିଲେ। ଆଜିର ସତ୍ୟ କିନ୍ତୁ ବହୁତ ଅଦ୍ଭୁତ।’
…हमें दूसरी बार सीमा पर लड़ने पर मजबूर करता है… और पूरी दुनिया कुछ नहीं कहती? क्यूँ लोग इस देश से डरते हैं? क्यूँ बाक़ी सारे देश एकजुट हो कुछ नहीं करते! क्या दुनिया के सभी लीडर डरपोक हैं? मेरे नाना आज़ादी की लड़ाई और 1962 में लड़े थे… बहुत अझेल है आज का सच।
— TheRichaChadha (@RichaChadha) June 20, 2020
ସୂଚନାଯୋଗ୍ୟ, ରିଚା ଏକା ନୁହଁନ୍ତି ବଲିଉଡର ଆହୁରି ଅନେକ ସେଲେବ୍ରିଟି ଚୀନ୍ ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ଓ ସ୍ୱଦେଶୀକୁ ପ୍ରମୋଟ କରିବାକୁ ଦାବି କରିଛନ୍ତି। ସାରା ଦେଶରେ ଏବେ ଏହି ଗୋଟିଏ ନାରା ‘ଚୀନ୍ ବସ୍ତୁ ବର୍ଜନ କର’। ସୋଶାଲ୍ ମିଡିଆରେ ମଧ୍ୟ ଏ ନେଇ ଲୋକମାନେ ବହୁତ ପୋଷ୍ଟ କରୁଛନ୍ତି।
from Odisha Reporter https://ift.tt/2YT0mNx
No comments:
Post a Comment