ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୪ ଲକ୍ଷ ଟପିଛି। ଏନେଇ ରବିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଜା ତଥ୍ୟ ଜାରି କରାଯାଇଛି। ପ୍ରତି ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୧୫୪୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବଢ଼ି ବଢ଼ି ଚାଲିଛି ମହାମାରୀ ସଂକ୍ରମଣ। ତାଜା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୪,୧୦,୪୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୨୫୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ଦିନକରେ ରେକର୍ଡ ପୂର୍ବକ ୧୫୪୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୦୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅନ୍ୟପଟେ ଆଶ୍ୱସ୍ତିର କଥା ହେଉଛି, ବର୍ତ୍ତମାନ ସୁଦ୍ଧା ୨,୨୭,୭୫୬ ଜଣ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଦେଶରେ କରୋନା ରିକଭରୀ ରେଟ୍ ବା ସୁସ୍ଥ ହାର ୫୫.୪୮ ପ୍ରତିଶତରେ ପହଞ୍ଚିଛି। ଏପଟେ ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଟେଷ୍ଟିଂ ପ୍ରକ୍ରିୟାକୁ ମଧ୍ୟ ଅଧିକରୁ ଅଧିକ ତ୍ୱରାନ୍ୱିତ କରାଯାଉଛି। ଆଇସିଏମଆର ଅନୁଯାୟୀ, ଜୁନ୍ ୨୦ରେ ୧,୯୦,୭୩୦ ନମୂନା ପରୀକ୍ଷଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ହୋଇଥିବା ଏହା ହେଉଛି ସର୍ବାଧିକ ପରୀକ୍ଷଣ।

ସୂଚନାଯୋଗ୍ୟ, ଜୁନ ୨୦ ସୁଦ୍ଧା ଦେଶରେ ମୋଟ ୬୮,୦୭,୨୨୬ ନମୂନା ପରୀକ୍ଷଣ ହୋଇଛି, ଯେଉଁଥିରେ ପଜିଟିଭ୍ ରେଟ୍ ୮.୦୮ ପ୍ରତିଶତ ରହିଛି।



from Odisha Reporter https://ift.tt/2NfyKwH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages