ଚା’ ବିକାଳିର ଝିଅ ହେଲେ ବାୟୁସେନାର ଫ୍ଲାଇଂ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ଚା’ ବିକାଳିର ଝିଅ ହେଲେ ବାୟୁସେନାର ଫ୍ଲାଇଂ ଅଫିସର

ନୂଆଦିଲ୍ଲୀ: ଯଦି ଲକ୍ଷ୍ୟ ମହତ ଏବଂ ସ୍ପଷ୍ଟ ରହିଥିବ ତା’ହେଲେ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିବ। ଦେଶର ଜଣେ ଚା’ ବିକାଳିଙ୍କ ଝିଅ ଏବେ ଭାରତୀୟ ବାୟୁସେନାର ଫ୍ଲାଇଂ ଅଫିସର ଭାବରେ ନିଯୁକ୍ତ ହେବା ପରେ ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି। ବାୟୁସେନାର ଏହି ଅଧିକାରୀଙ୍କ ନାମ ଆଞ୍ଚଲ ଗଙ୍ଗୱାଲ। ଆଞ୍ଚଲଙ୍କ ବାପା ସୁରେଶ ଗାଙ୍ଗୱାଲ। ମଧ୍ୟପ୍ରଦେଶର ନେମୁଚରେ ଏକ ଛୋଟ ଚା’ ଦୋକାନ କରିଛନ୍ତି ସୁରେଶ। ଝିଅର ସଫଳତା ଦେଖି ଏବେ ସୁରେଶ ଗାଙ୍ଗଓ୍ୱାଲ ବହୁତ ଗର୍ବିତ। କାରଣ ଏବେ ସେ ଜଣେ ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ ଅଫିସରର ବାପା।

ଶନିବାର ବାୟୁସେନାର ମୁଖ୍ୟ ମାର୍ଶାଲ ଆର.କେ.ଏସ୍ ଭଦୋରିଆ ଆଞ୍ଚଲଙ୍କ ସମେତ ୧୨୩ କ୍ୟାଡରଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି ଅବସରରେ ଆଞ୍ଚଲ ନିଜର ଅନୁଭୂତି ବାଣ୍ଟିଛନ୍ତି। କିଭଳି ତାଙ୍କ ବାପା ଛୋଟିଆ ଚା’ ଦୋକାନ ଚଳାଇବା ସମୟରେ ଅନେକ ବାଧା ବିଘ୍ନକୁ ସାମ୍ନା କରିଛନ୍ତି। ଏମିତିକି ତାଙ୍କର ଓ ତାଙ୍କ ଭାଇଙ୍କର ସମସ୍ତ ଆବଶ୍ୟକତା ପୂରଣ କରିଥିଲେ ସେ ବାବଦରେ କହି ଭାବବିହୋଳ କହିଥିଲେ ଆଞ୍ଚଲ। ଭାରତୀୟ ବାୟୁସେନାରେ ଯୋଗଦେବା ପାଇଁ ଆଞ୍ଚଲ ଦୁଇଟି ସରକାରୀ ଚାକିରି ମଧ୍ୟ ଛାଡିଥିବା କହିଛନ୍ତି।

ଛୋଟ ବେଳୁ ସେ ଜଣେ ଯୋଦ୍ଧା ହେବାକୁ ଚାହୁଁଥିଲେ। ସ୍କୁଲରେ ଥିବାବେଳେ ସେ ପ୍ରତିରକ୍ଷା କ୍ଷେତ୍ରରେ ଯୋଗ ଦେଇ ଦେଶ ପାଇଁ ନିଜକୁ ନିୟୋଜିତ କରିବେ ବୋଲି ସେ ନିଷ୍ପତ୍ତି ନେଇଥିଲେ। ଏବେ ତାଙ୍କ ସ୍ୱପ୍ନ ସାକାର ହୋଇଥିବା ସେ କହିଛନ୍ତି। ଶନିବାର ଆଞ୍ଚଲଙ୍କୁ ଦାୟିତ୍ୱ ମିଳିଥିଲା। ଏହିଦିନ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା, କିନ୍ତୁ ଏହି ବିଶେଷ ଉତ୍ସବରେ ତାଙ୍କର ବାପା ମା’ ଉପସ୍ଥିତ ନଥିଲେ। କରୋନା ଭାଇରସ ଏବଂ ଲକଡାଉନ୍ ନିୟମ ପାଇଁ ତାଙ୍କ ବାପା ଓ ମା’ ଏହି ଉତ୍ସବରେ ଯୋଗ ଦେଇପାରିନଥିଲେ।

ତେବେ ଆଗାମୀ ଦିନରେ ସେ ପ୍ୟାରେଡ୍ କରିବା ବେଳେ ଟିଭିରେ ତାଙ୍କୁ ବାପା ମା’ ଦେଖିବେ ଏଥିରେ ସେ ବହୁତ ଖୁସି ହେବେ ବୋଲି କହିଛନ୍ତି। ଯେବେ ସେ ବାପା ମା’ଙ୍କୁ ନିଜର ଲକ୍ଷ୍ୟ ବାବଦରେ କହିଥିଲେ ସେତେବେଳେ ଟିକିଏ ଚିନ୍ତିତ ଥିଲେ। ହେଲେ ପରିବାର ତରଫରୁ କେହି ଏ ନେଇ ଆପତ୍ତି ଉଠାଇ ନଥିଲେ କି ଅଟକାଇବାକୁ ଚେଷ୍ଟା କରିନଥିଲେ ବୋଲି ସେ କହିଛନ୍ତି।

ଆଞ୍ଚଲଙ୍କ ବାପା ସୁରେଶ କହିଛନ୍ତି, ପିତୃ ଦିବସ ଅବସରରେ ଝିଅର ଏହି ଉପହାର ସବୁବେଳେ ମନେ ରହିବ। ଗୋଟିଏ ବାପା ପାଇଁ ଏହା ସବୁଠୁ ବଡ଼ ଗର୍ବର ବିଷୟ। ଏବେ ସେ ଝିଅର ପରିଚୟରେ ବଞ୍ଚିବେ ସେଥିପାଇଁ ସେ ବହୁତ ଧନ୍ୟମନେ କରୁଥିବା କହିଛନ୍ତି। ମାର୍ଚ୍ଚରେ ଝିଅର ପ୍ୟାରେଡ ଟିଭିରେ ଦେଖିଥଲେ। ସେତେବେଳେ ଖୁସିରେ ସେ ତାଙ୍କ ଆଖିର ଲୁହକୁ ବନ୍ଦ କରି ପାରିନଥିଲେ ବୋଲି କହିଛନ୍ତି।

ସୁରେଶ ଗାଙ୍ଗୱାଲ କହିଛନ୍ତି ଆଞ୍ଚଲ ଛୋଟ ବେଳୁ ଜଣେ ମେଧାବୀ ଛାତ୍ରୀ। ଦଶମ ବୋର୍ଡ ପରୀକ୍ଷାରେ ୯୨ ପ୍ରତିଶତରୁ ଅଧିକ ମାର୍କ ରଖିଥିଲେ। ୨୦୧୩ରେ ଉତ୍ତରାଖଣ୍ଡରେ ଦୁଇଟି ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପରେ ଆଞ୍ଚଲ ବାୟୁସେନାକୁ ଯିବା ସବୁଠାରୁ ବଡ ପ୍ରେରଣା ପାଇଥିଲେ ବୋଲି ସୁରେଶ କହିଛନ୍ତି।



from Odisha Reporter https://ift.tt/2VmoxTF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages