‘ପ୍ରଶଂସକମାନେ ହିଁ ସେଲିବ୍ରେଟିଙ୍କୁ ଡିପ୍ରେସନ୍‌କୁ ନେଇଯାଆନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

‘ପ୍ରଶଂସକମାନେ ହିଁ ସେଲିବ୍ରେଟିଙ୍କୁ ଡିପ୍ରେସନ୍‌କୁ ନେଇଯାଆନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆମ ବାପା ମାଆଙ୍କ ପାଇ ସବୁବେଳେ ଏଇଟା ଗୁରୁତ୍ୱ ରଖେନି ଯେ ଆମ ପିଲା କେତେ ସଫଳତା ହାସଲ କଲା କି କେତେ ରୋଜଗାର କଲା। ବାପା ମା ସବୁବେଳେ ଚାହାନ୍ତି ପିଲା ସୁସ୍ଥ ରହୁ ଏବଂ ଆମ ଆଖିଆଗରେ ରହୁ।’ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଏମିତି କିଛି କହିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ନିକଟରେ ଅର୍ଚ୍ଚିତା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଏକ ଭିଡ଼ିଓ ଶେଆର କରି କହିଛନ୍ତି, ସୁଶାନ୍ତ ତାଙ୍କ ପେଷାଗତ ଜୀବନରେ ଆଦୌ ଦୁର୍ବଳ ନଥିଲେ। ସେ ଆର୍ଥିକ ସ୍ଥରରେ ମଧ୍ୟ ସବଳ ଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା କଲେ? ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଲକ୍‌ଡାଉନ୍‌ ଥାଇପାରେ। ସେ ଲକ୍‌ଡାଉନ୍‌ ପାଇଁ ଶୁଟିଂ କରିପାରୁନଥିଲେ। ପରିବାର ଲୋକଙ୍କୁ ଭେଟି ପାରୁନଥିବେ। ଏଥିସହ ବାହାରକୁ ଜିମ୍‌ କିମ୍ବା ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଯାଇ ମନ ହାଲ୍‌କା କରିପାରୁନଥିବେ। ତେଣୁ ଡିପ୍ରେସନ୍‌ ବଢିଚାଲିଥିବ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବା ନେଇ ସ୍ଥିର କରିଥାଇପାରନ୍ତି ବୋଲି ଅର୍ଚ୍ଚିତା କହିଛନ୍ତି।

ଅର୍ଚ୍ଚିତା ଆହୁରି କହିଛନ୍ତି, ଯତେବେଳେ ଆପଣ ମାନେ କୌଣସି ସମସ୍ୟାରେ ଅଛନ୍ତି ସେତେବେଳେ ଅନ୍ୟମାନଙ୍କ ସହ କଥା ହୁଅନ୍ତୁ। ଯଦି କାହାକୁ ମନକଥା ଖୋଲି କହିପାରୁନାହାନ୍ତି ତେବେ ନିଜକୁ ପଢାପଢିରେ ନିୟୋଜିତ ରଖନ୍ତୁ ଏବଂ ଯେତେ ପାରୁଛନ୍ତି ନିଜକୁ ବ୍ୟସ୍ତ ରଖନ୍ତୁ।

ଅର୍ଚ୍ଚିତା ସେଲିବ୍ରେଟିଙ୍କ ଜୀବନରେ ଡିପ୍ରେସନ୍‌ ଭୂମିକା ଟିକେ ଅଧିକ ବୋଲି କହିଛନ୍ତି। ସେ କହିଛନ୍ତି, ଫିଲ୍ମ ଦୁନିଆରେ ସବୁବେଳେ ଗୋଟେ ପ୍ରତିଦ୍ୱନ୍ଦିତା ଥାଏ। ଜଣାତରେ ହେଉ କିମ୍ବା ଅଜାଣତରେ ଲୋକମାନେ କଳାକାରଙ୍କୁ ତୁଳନା କରିବାରେ ଲାଗନ୍ତି। ଯେଉଁଟା ଆଦୌ ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ। ଏଥିସହ ଅତ୍ୟଧିକ ଟ୍ରୋଲ୍‌ ପାଇଁ ମଧ୍ୟ ଜଣେ ସେଲିବ୍ରେଟି ଡିପ୍ରେସନ୍‌କୁ ଆସିଯାଏ। ଗୋଟେ ସେଲିବ୍ରେଟି ତା ଫ୍ୟାନ୍ସଙ୍କ ପାଇଁ ଆଜି ଷ୍ଟାର୍‌। ଆଉ ପ୍ରଶଂସକମାନଙ୍କମାନେ ଯେତେବେଳେ ସେମାନଙ୍କ ପସନ୍ଦର କଳାକାରମାନଙ୍କଠାରୁ କିଛି ଅଧିକ ଆଶା ରଖିବା ଆରମ୍ଭ କରନ୍ତି ସେତେବେଳେ ମଧ୍ୟ ଜଣେ ସେଲିବ୍ରେଟି ଚିନ୍ତାକୁ ଆସିଯାଏ।

ଫିଲ୍ମ ଜଗତରେ ଯେଉଁମାନେ କାମ କରନ୍ତି ସେମାନଙ୍କ ଜୀବନ ବହୁତ ରଙ୍ଗିନ୍‌ ବୋଲି ଭାବିବା ଭୁଲ୍‌। ସେଲିବ୍ରେଟି ବି ସାଧାରଣ ଲୋକଙ୍କ ପରି ଅନେକ ବାଧାବିଘ୍ନ ଦେଇ ଆଗକୁ ବଢିଥାଏ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଜୁନ୍‌ ୧୪ରେ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତ ଟିଭି ସିରିଏଲ ମାଧ୍ୟମରେ ଅଭିନୟ ଜଗତରେ ପାଦ ଥାପିଥିଲେ। ଏହା ପୂର୍ବରୁ ସେ ଜଣେ ମେଧାବୀ ଛାତ୍ର ଥିଲେ। ସୁଶାନ୍ତଙ୍କୁ ମହାକାଶଚାରୀ ହେବାର ଇଚ୍ଛାଥିଲା।  କିନ୍ତୁ ପରବର୍ତ୍ତୀ ସମୟରେ ସେ ଫିଲ୍ମ ଆଡ଼କୁ ମୁହାଁଇଥିଲେ।



from Odisha Reporter https://ift.tt/2zW3rnw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages