ଲମତାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ପଡ଼ୁଆ ଥାନା ଅନ୍ତର୍ଗତ ପଡ଼େଇ ଗାଁରେ ଶୌଚ ପାଇଁ ଯାଇ ଜଣେ ନାବାଳିକା ନଦୀରେ ଭାସି ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ମିଳିଛି। ତାଙ୍କ ନାଁ ମୋନାଲିସା କିରିସାନି। ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ।
ଗତକାଲି ସନ୍ଧ୍ୟାରେ ମୋନାଲିସା ତାଙ୍କ ସାନ ଭଉଣୀ ସହ ଶୌଚ ପାଇଁ ପଡ଼େଇ ନଦୀ ଘାଟକୁ ଯାଇଥିଲେ। ତେବେ ଘାଟରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ଭାସି ଯାଇଥିଲେ। ଗତକାଲି ଗାଁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ଆଜି ସକାଳେ ନଈ କୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
from Odisha Reporter https://ift.tt/2U1yhBO
No comments:
Post a Comment