ବ୍ୟବସାୟୀଙ୍କୁ ଆଶ୍ୱାସନା ଦେଲେ ମୋଦି, କହିଲେ ମୁଁ ଆପଣଙ୍କ ସହ ରହିଛି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ବ୍ୟବସାୟୀଙ୍କୁ ଆଶ୍ୱାସନା ଦେଲେ ମୋଦି, କହିଲେ ମୁଁ ଆପଣଙ୍କ ସହ ରହିଛି…

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଦେଶରେ ଆର୍ଥିକ ସ୍ଥିତି ଦୋହଲିଯାଇଛି। ଏ ନେଇ ସ୍ଥିତି ସଳଖିବାକୁ ଅନେକ ଗୁଡ଼ିଏ ଚ୍ୟାଲେଞ୍ଜ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି ଓ ଏହାକୁ ଆପଣାଇବାକୁ ଦେଶବାସୀଙ୍କୁ ଆହ୍ୱାନ ମଧ୍ୟ ଦେଇଛନ୍ତି। ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ବ୍ୟବସାୟୀମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ମୁଁ ଆପଣମାନଙ୍କ ସହ ଅଛି। ଆପଣ ଗୋଟିଏ ପାଦ ବଢ଼ାନ୍ତୁ, ସରକାର ଚାରି ପାଦ ବଢ଼େଇବେ ବୋଲି ମୋଦି କହିଛନ୍ତି। ଏହି ଅବସରରେ ଆତ୍ମନିର୍ଭର ଭାରତ ନିର୍ମାଣ ଉପରେ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଆଜିକୁ ତିନି ମାସ ତଳେ ଦେଶରେ ଗୋଟିଏ ବି ପିପିଇ କିଟ୍ ତିଆରି ହେଉ ନ ଥିଲା। ହେଲେ ଆଜି ପ୍ରତ୍ୟେହ ତିନି ଲକ୍ଷ ପିପିଇ କିଟ୍ ଦେଶରେ ତିଆରି ହେଉଛି। ଆତ୍ମନିର୍ଭର ଭାରତ ସହ ଜଡ଼ିତ ପ୍ରତ୍ୟେକ ଆବଶ୍ୟକତା ଉପରେ ସରକାର ବିଶେଷ ଧ୍ୟାନ ଦେବେ। ଏହି ପରିପ୍ରେକ୍ଷୀରେ ମୋଦି କହିଛନ୍ତି ଯେ, ସିଆଇଆଇ ପ୍ରତ୍ୟକ ସେକ୍ଟରକୁ ନେଇ ଏକ ରିସର୍ଚ୍ଚ ପ୍ରସ୍ତୁତ କରନ୍ତୁ। ଆଉ ପ୍ରସ୍ତାବ ତଥା ପ୍ଲାନ୍ ମୋତେ ପଠାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦି କହିଛନ୍ତି, ଆଜି ବି ଆମକୁ କରୋନା ଭୂତାଣୁ ସହ ଲଢ଼ିବାର ଅଛି। ଆଉ ଅପରପକ୍ଷରେ ଅର୍ଥବ୍ୟବସ୍ଥାକୁ ସୁଧାରିବାର ବି ଅଛି। ଆମେ ନିଶ୍ଚିତ ଆମ ଅର୍ଥବ୍ୟବସ୍ଥାକୁ ସ୍ୱାଭାବିକ ଗତିକୁ ଆଣିବାରେ ସକ୍ଷମ ହେବା। ଭାରତର କ୍ଷମତା, ପ୍ରତିଭା ଏବଂ ଟେକ୍ନୋଲୋଜୀ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଏଥିପାଇଁ ପୁଣିଥରେ ଆମେ ଆମ ଅର୍ଥବ୍ୟବସ୍ଥାକୁ ସୁଧାରି ପାରିବା ବୋଲି ମୋର ବିଶ୍ୱାସ ରହିଛି। କରୋନା ଆମ ଗତିକୁ ମନ୍ଥର କରିଛି ସତ, ହେଲେ ଭାରତ ଲକଡାଉନକୁ ଛାଡ଼ି ଅନଲକ୍ ସ୍ତରରେ ପହଞ୍ଚିସାରିଛି।

ପ୍ରଧାନମନ୍ତ୍ରୀ ମୋଦି ପୁଣି କହିଛନ୍ତି, ଅର୍ଥବ୍ୟବସ୍ଥାକୁ ପୁଣି ମଜବୁତ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏଣୁ ଅନେକ ନିଷ୍ପତ୍ତି ନିଆଯାଉଛି। ଏଭଳି ସ୍ଥିତିରୁ ବାହାରିବାକୁ ତ୍ୱରିତ ନିଷ୍ପତ୍ତି ନେବା ସହ ଦୀର୍ଘମିଆଦି ଲାଭକୁ ଦୃଷ୍ଟିରେ ରଖି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁଯାୟୀ ୭୪ କୋଟି ଲୋକଙ୍କ ଘରେ ରାସନ ଯୋଗାଇ ଦିଆଯାଇଛି। ପ୍ରବାସୀ ଶ୍ରମିକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଇଛି। ଏଯାବତ ଗରିବଙ୍କ ଆକାଉଣ୍ଟରେ ୫୩ ହଜାର କୋଟି ଟଙ୍କା ଦିଆଯାଇସାରିଛି।

ମୋଦି ପୁଣି କହିଛନ୍ତି, ଲକଡାଉନ ସମୟରେ ୮ କୋଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯାଇଛି। ଘରୋଇ କ୍ଷେତ୍ରର ୫୦ ଲକ୍ଷ କର୍ମଚାରୀଙ୍କୁ ୨୪ ପ୍ରତିଶତ ଇପିଏଫଓ ସରକାର ଦେଇଛନ୍ତି। ଦେଶକୁ ଆତ୍ମନିର୍ଭର କରିବାକୁ ଇଣ୍ଟେଣ୍ଟ, ଇନକ୍ଲ୍ୟୁଜନ୍, ଇନଭେଷ୍ଟମେଣ୍ଟ, ଇନଫ୍ରାଷ୍ଟ୍ରକଚର୍ ଏବଂ ଇନୋଭେସନ ଅର୍ଥାତ ଉଦ୍ଦେଶ୍ୟ, ଅନ୍ତର୍ଭୁକ୍ତ, ବିନିଯୋଗ, ଭିତ୍ତିଭୂମି ଏବଂ ଅଭିନବତା ଆଦି ୫ଟି ବିଷୟରେ ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କୃଷକଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସରକାର କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆଣିଛନ୍ତି। ଏବେ କୃଷକ ଯେକୌଣସି ସ୍ଥାନରେ ନିଜ ଫସଲ ବିକ୍ରି କରିପାରିବେ। ଏଣିକି ନିଜ ଇଚ୍ଛା ଓ ସର୍ତ୍ତରେ ଚାଷୀ ନିଜର ଫସଲ ବିକ୍ରି କରିପାରିବେ ବୋଲି ମୋଦି କହିଛନ୍ତି।

ସୂଚନା ଯୋଗ୍ୟ, ନିକଟରେ ମୋଦି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଏହାପରେ ଉଦ୍ୟୋଗୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ସମ୍ବୋଧନ।



from Odisha Reporter https://ift.tt/2XpO93c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages