ପ୍ରଶଂସକଙ୍କୁ ସଲ୍‌ମାନ୍‌ଙ୍କ ଅପିଲ୍, ସୁଶାନ୍ତଙ୍କ ଫ୍ୟାନ୍ସ ଓ ପରିବାରକୁ ସମର୍ଥନ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

ପ୍ରଶଂସକଙ୍କୁ ସଲ୍‌ମାନ୍‌ଙ୍କ ଅପିଲ୍, ସୁଶାନ୍ତଙ୍କ ଫ୍ୟାନ୍ସ ଓ ପରିବାରକୁ ସମର୍ଥନ କରନ୍ତୁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବାକୁ ଚାହୁଁଛନ୍ତି। ତାଙ୍କ ମୃତ୍ୟୁ ପରେ ବଲିଉଡ୍‌ର ଅନେକ ବଡ଼ ବଡ଼ ସେଲେବ୍ରିଟିଙ୍କ ନାଁରେ ବହୁ ଅଭିଯୋଗ ଆସିବାରେ ଲାଗିଛି। ଏଥି ମଧ୍ୟରେ ସଲମାନ୍ ଖାନ୍‌ଙ୍କ ନାଁ ମଧ୍ୟ ସାମିଲ ରହିଛି। ଗତ କଛିଦିନ ହେବ ଲଗାତାର ଭାବେ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି। ତେବେ ବର୍ତ୍ତମାନ ସଲ୍‌ମାନ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସଲମାନ୍ ଏକ ଟ୍ୱିଟ୍ କରି ସୁଶାନ୍ତଙ୍କ ପରିବାରକୁ ସମର୍ଥନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ ଏବଂ ଭୁଲ ଭାଷା ବ୍ୟବହାର କରନ୍ତୁ ନାହିଁ। ସେମାନଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏହି ସଙ୍କଟ ସମୟରେ ସୁଶାନ୍ତଙ୍କ ପରିବାରକୁ ସମର୍ଥନ ଦିଅନ୍ତୁ। କେହି ନିଜର ଲୋକ ଚାଲିଯିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ।’

ଯେବେଠୁ ସୁଶାନ୍ତଙ୍କର ଦେହାନ୍ତ ହେଲାଣି ସେବେଠୁ ସଲମାନ୍‌ଙ୍କ ଉପରେ ବହୁ ଅଭିଯୋଗ ଲାଗିଲାଣି। ‘ଦବଙ୍ଗ’ର ନିର୍ଦ୍ଦେଶକ ଅଭିନବ କଶ୍ୟପ୍ ତ ସଲ୍‌ମାନଙ୍କ ସହ ତାଙ୍କ ପରିବାର ଉପରେ ବି ଅନେକ ଅଭିଯୋଗ ଲଗାଇଛନ୍ତି। ସେ ନିଜ କ୍ୟାରିୟର ଖରାପ ହେବା ପଛରେ ସଲ୍‌ମାନ୍‌ଙ୍କୁ ଦାୟୀ କରିଛନ୍ତି।  ଏପରିକି ସଲ୍‌ମାନଙ୍କ ଚ୍ୟାରିଟେବଲ୍ ଟ୍ରଷ୍ଟ ‘ବିଙ୍ଗ୍ ହ୍ୟୁମାନ’କୁ ସେ ମନିଲଣ୍ଡରିଂର ହବ୍ ବୋଲି କହିଛନ୍ତି। ଗାୟକ ସୋନୁ ନିଗମ ମଧ୍ୟ ଇସାରା ଇସାରାରେ ସଲମାନ୍‌ଙ୍କୁ ଟାର୍ଗେଟ କରିଛନ୍ତି।

ତେବେ ଏସବୁ ଅଭିଯୋଗ କେତେ ସତ କେତେ ମିଛ ତାହା ତ ତଦନ୍ତ ପରେ ହିଁ ଜଣାପଡ଼ିବ। ହେଲେ ସଲମାନ୍‌ଙ୍କ ନିଜ ଉପରେ ଲାଗିଥିବା ଅଭିଯୋଗର ପ୍ରତିବାଦ କରିବା ବଦଳରେ ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଓ ଏଭଳି ସମୟରେ ତାଙ୍କ ପରିବାର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି।



from Odisha Reporter https://ift.tt/2NcsDJs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages